Latest Odisha News

BREAKING NEWS

ସମ୍ବଲପୁର ସର୍କଲ୍ ଜେଲରେ ପୋଲିସର ବଡ଼ ଧରଣର ରେଡ୍

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ୍ ପକ୍ଷରୁ ବଡ଼ ଧରଣର ରେଡ୍ କରାଯାଇଛି। ବରିଷ୍ଟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଚଢ଼ାଉ। ଆଜି ସକାଳୁ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯାଇଛି । ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ରେଡ୍ କରାଯାଇଥିଲା ।

ଅଚାନକ ଚଢ଼ାଉରେ ତିନିଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ଏବଂ ୫ଟି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ବଳ ସାମିଲ ଥିଲେ । ଜେଲର ପ୍ରତ୍ୟେକ କୋଣ ଅନୁକୋଣରେ ତଲାସି କରିଛନ୍ତି । ବିଶେଷ କରି କଏଦୀମାନଙ୍କ ପାଖକୁ ନିଷିଦ୍ଧ ସାମଗ୍ରୀ କିମ୍ବା ମାଦକ ଦ୍ରବ୍ୟ ଯାଉଛି କି ନାହିଁ ସେ ନେଇ ଯାଞ୍ଚ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ୍ ଜେଲ୍ ଭିତରେ ଉପସ୍ଥିତ ରହି ତଦନ୍ତ କରୁଥିବା ବେଳେ ଏହି ରେଡ୍‌ ପରେ ଜେଲ୍‌ର ଭିତର ସ୍ଥିତି ଓ ବେଆଇନ କାର୍ଯ୍ୟକଳାପ ଉପରେ ପୋଲିସ ରୋକ୍ ଲଗାଇବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.