Latest Odisha News

ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟଙ୍କ ପାଇଁ ଆଡଭାଇଜାରି ଜାରି

ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପରିସର ଦିନକୁ ଦିନ ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଚେତାବନୀ ପରେ ଇରାନ ମଧ୍ୟ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗର କନସୁଲାର ବ୍ୟାପାର ବିଭାଗ ସୋସିଆଲ ମିଡିଆ ପୋଷ୍ଟର ଏକ ସିରିଜ ମାଧ୍ୟମରେ ସାରା ବିଶ୍ୱରେ ଆମେରିକୀୟମାନଙ୍କୁ ଏକ ଚେତାବନୀ ଜାରି କରିଛି।

ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟଙ୍କ ପାଇଁ ଆଡଭାଇଜାରି ଜାରି କରାଯାଇଛି। ଆମେରିକାର ଷ୍ଟେଟ୍ କନସୁଲାର ବ୍ୟାପାର ବିଭାଗ ପକ୍ଷରୁ ଏହି ପରାମର୍ଶ ଜାରି ହୋଇଛି। ବିଶେଷ କରି ଅଧିକ ସତର୍କତା ଅବଲମ୍ବନ କରିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଦୂତାବାସ କିମ୍ବା କନସୁଲେଟ୍ ଦ୍ୱାରା ଜାରି ମାର୍ଗଦର୍ଶିକା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସମୟରେ ଆକାଶ ମାର୍ଗ ବନ୍ଦ ହେବାର ଆଶଙ୍କା କରିଛି ଆମେରିକା। ଏବେ ଇରାନ୍‌କୁ ସମର୍ଥନ କରୁଥିବା ଗୋଷ୍ଠୀଙ୍କ ଟାର୍ଗେଟ୍‌ରେ ଆମେରିକୀୟ। ବିଶ୍ୱରେ ରହୁଥିବା ଆମେରିକୀୟଙ୍କୁ ଟାର୍ଗେଟ୍‌ କରାଯାଇଥିବା ଆଶଙ୍କା ରହିଥିବା ଏହି ଆଡଭାଇଜାରିରେ ଉଲ୍ଲେଖ ରହିଛି।

ବିଶ୍ୱବ୍ୟାପୀ ଆମେରିକୀୟମାନଙ୍କୁ ଏବଂ ବିଶେଷକରି ମଧ୍ୟପ୍ରାଚ୍ୟରେ ଥିବା ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ବୈଦେଶିକ ବିଭାଗ ପରାମର୍ଶ ଦେଉଛି। ବିଦେଶରେ ଥିବା ଆମେରିକୀୟମାନେ ସେମାନଙ୍କ ନିକଟତମ ଆମେରିକୀୟ ଦୂତାବାସ କିମ୍ବା କନସୁଲେଟ୍ ଦ୍ୱାରା ଜାରି ସୁରକ୍ଷା ସତର୍କତା ପାଳନ କରିବାକୁ କୁହାଯାଇଛି। ସମୟସାପେକ୍ଷ ଆକାଶମାର୍ଗ ବନ୍ଦ ହେବା ଦ୍ୱାରା ଯାତ୍ରା ବାଧା ସୃଷ୍ଟି ହୋଇପାରେ। ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ମଧ୍ୟପ୍ରାଚ୍ୟ ବାହାରେ ମଧ୍ୟ ଆମେରିକୀୟ କୂଟନୈତିକ ଲକ୍ଷ୍ୟସ୍ଥଳଗୁଡ଼ିକୁ ଟାର୍ଗେଟ କରାଯାଇଛି।

Leave A Reply

Your email address will not be published.