ଜୟପୁର: ଆଇପିଏଲ ୨୦୨୬ ପୂର୍ବରୁ ଏକ ବଡ ଖବର ସମ୍ମୁଖକୁ ଆସିଛି । ଆଇପିଏଲର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରାଜସ୍ଥାନ ରୟାଲ୍ସ ବିକ୍ରି ହୋଇଛି । ଏହାକୁ ନୂଆ ମାଲିକ ମିଳିଛି । ରିପୋର୍ଟ ମୁତାବକ ୧.୫୩ ଲକ୍ଷ କୋଟି ଟଙ୍କାରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଆମେରିକାର ବ୍ୟବସାୟୀ ତଥା କର୍ସୋଟିୟମର କାଲ ସୋମାନୀ ଏହାକୁ କିଣିଛନ୍ତି । କିଛି ମାସ ହେବ ରାଜସ୍ଥାନ ରୟାଲ୍ସ ବିକ୍ରି ହେବ ବୋଲି ଖବର ପ୍ରକାଶ ପାଇ ଆସୁଥିଲା । ଏବେ ଏହା ସତ୍ୟ ସାବ୍ୟସ୍ତ ହୋଇଛି ।
ଆଇପିଏଲର ପ୍ରଥମ ୮ଟି ସଂସ୍କରଣରେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ବ୍ୟବସାୟୀ ମନୋଜ ବଦାଲେ ଏହାର ମାଲିକ ଥିଲେ । ସେ ୬୫ ପ୍ରତିଶତର ଅଂଶୀଦାର ଥିଲେ । ଆମେରିକା ଇନଭେଷ୍ଟ ଫର୍ମେ ରେଡୱର୍ଡ କ୍ୟାପିଟେଲ ୧୩ ଓ ବ୍ରିଟେନର ବ୍ୟବସାୟୀ ଲଛଲନ ମଡାର୍କେ ୭ ପ୍ରତିଶତ ଅଂଶୀଦାର ଥିଲେ । ଏବେ ରାଜସ୍ଥାନକୁ ନୂଆ ମାଲିକ ମିଳିବା ପରେ ସେ ତାଙ୍କ ସହ ଅଂଶୀଦାର ଭାବେ କାହାକୁ ରଖିବାକୁ ଚାହୁଁଛନ୍ତି ତାହା ଚୂଡାନ୍ତ ହୋଇନି ।