Latest Odisha News

ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ଡାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆର୍ଟିଫିସିଆଲ ଇଂଟେଲଜେନ୍ସର କେତେକ ଟୁଲ କିଏ ଚାମ୍ପିୟନ ହେବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି । ଓପନ ଏଆଇର ଚାଟଜିପିଟି, ଗୁଗଲ ଜେମିନୀ ଓ ଏଲନ ମସ୍କଙ୍କ ଗ୍ରୋକ କଣ ଭବିଷ୍ୟବାଣୀ କରିଛନ୍ତି ଆସନ୍ତୁ ନଜର ପକାଇବା । ଚାଟଜିପିଟି ଆରସିବି ଟାଇଟଲ ବଜାୟ ରଖିବ ବୋଲି ଭବିଷ୍ୟବାଣୀ କରିଛି । ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୋଟିଏ ଦଳ ଟାଇଟଲ ହାତେଇବ ।

ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ଏବଂ ଆରସିବିର ଶୃଙ୍ଖଳିତ ଅଲରାଉଣ୍ଡର ଯୋଗୁ ସେମାନେ ଆଗରେ ଅଛନ୍ତି । ସେହିପରି ଗୁଗଲ ଜେମିନୀ ଚେନ୍ନାଇ ସୁପର କିଙ୍ଗସ ଓ କେକେଆର ସପକ୍ଷରେ ଯାଇଛି । ସ୍ପିନ ପ୍ରାଧାନ୍ୟ ଟିମ ଏବଂ ବଳିଷ୍ଠ ନେତୃତ୍ୱକୁ ଜେମିନୀ ଗୁରୁତ୍ୱ ଦେଇଛି । ଗ୍ରୋକ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଟିମ ଚାମ୍ପିୟନ ହେବ ବୋଲି ଭବଷ୍ୟବାଣୀ କରିଛି । ବିସ୍ଫୋରକ ବ୍ୟାଟିଂ ଏବଂ ଯୁବ ଖେଳାଳି ଉପରେ ଗ୍ରୋକ ଫୋକସ କରିଛି । ଦେଖାଯାଏ ଏଆଇର ଏହି ଟୁଲଙ୍କ ଭବିଷ୍ୟବାଣୀ ସତ ହେଉଛି କି ନାହିଁ ।

Leave A Reply

Your email address will not be published.