Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନିର୍ଭୟା ଦୋଷୀ ଅକ୍ଷୟ ସିଂହ । ତେବେ ସର୍ବୋଚ୍ଚ ଅଦାଲତ ଆଜି ମୁକେଶର କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଏହି କ୍ୟୁରେଟିଭ ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଦେଛନ୍ତି ।ସେପଟେ ଏହି ମାମଲାରେ ଅନ୍ୟ ୨ଜଣ ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ ପକ୍ଷରୁ ଆଗତ କ୍ୟୁରେଟିଭ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତର ୫ ଜଣିଆ ଖଣ୍ଡପୀଠ ଗତ ୧୪ ତାରିଖରେ ଏହାକୁ ଖାରଜ କରିଦେଇଥିଲେ । ଏହାପରେ ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିଦେଇଥିଲେ । ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ମୁକେଶ ପୁର୍ନବାର ଆଉ ଏକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା । ତେବେ ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।

ସେପଟେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଂଚି ପାରେ । ଦିଲ୍ଲୀ କୋର୍ଟରେ ତାରିଖ ଘୁଂଚାଇବା ପାଇଁ ଦୋଷୀଙ୍କ ଓକିଲ ଆବେଦନ କରିଛନ୍ତି । ସେହିପରି ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ବିନୟ ଶର୍ମା । ତେଣୁ ଦୋଷୀମାନଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଅନେକ ବିକଳ୍ପ ରହିଥିବା ତାଙ୍କ ଓକିଲ କହିଛନ୍ତି । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ତାରିଖ ପୁଣି ଘୁଂଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.