ନୂଆଦିଲ୍ଲୀ: ପାକିସ୍ତାନର ସାହେବଜାଦା ଫରହାନ ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଟି୨୦ କ୍ରିକେଟରେ ପଛରେ ପକାଇ ଦେଇଛନ୍ତି । ନିକଟରେ ଟି୨୦ ବିଶ୍ୱକପରେ ସେ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ । ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ କୋହଲିଙ୍କ ନାମରେ ଥିଲା । ଏବେ ଫରହାନ ହିଟମ୍ୟାନ ରୋହିତଙ୍କୁ ଅତିକ୍ରମ କରିଛନ୍ତି । ଟି୨୦ କ୍ରିକେଟରେ ରୋହିତ ୮ଟି ଶତକ ମାରିଥିବା ବେଳେ ଫରହାନ ପିଏସଏଲରେ ତାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଫରହାନ ଏବେ ୯ ଶତକ ମାରି ଆଗରେ ରହିଛନ୍ତି । ସେ ଏବେ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । କୋହଲି ୯ଶତକ ମାରିଛନ୍ତି ।
୩୦ ବର୍ଷୀୟ ଫରହାନ ୧୧୬ ଟି୨୦ ମ୍ୟାଚରେ ୧୬୦ ଇନିଂସ ଖେଳିଛନ୍ତି । ସେ ୧୩୮ ଷ୍ଟ୍ରାଇକରେଟରେ ୩୫ ଆଭରେଜରେ ୫୦୯୬ ରନ କରିଛନ୍ତି । ଏଥିରେ ୯ ଶତକ ଓ ୩୨ ଅର୍ଦ୍ଧଶତକ ରହିଛି । ଟି୨୦ ଇତିହାସରେ ସର୍ବାଧିକ ଶତକ କ୍ରିସ ଗେଲଙ୍କ ନାମରେ ରହିଛି । ସେ ୨୨ ଶତକ ମାରିଛନ୍ତି । ତାଙ୍କ ପଛକୁ ବାବର ଆଜମ ୧୧ ଓ ଡେଭିଡ ୱାର୍ଣ୍ଣର ୧୦ ଶତକ ମାରିଛନ୍ତି ।