Latest Odisha News

BREAKING NEWS

LPG Black Marketing: ଯୋଗାଣ ବିଭାଗର ଚଢାଉ;ଗ୍ୟାସ ରିପାୟରିଂ ଦୋକାନରୁ ୨୭ ସିଲିଣ୍ଡର ଜବତ

ଢେଙ୍କାନାଳ: ଢେଙ୍କାନାଳ ଯୋଗାଣ ବିଭାଗ ଆକ୍ସନମୋଡରେ । ଢେଙ୍କାନାଳରେ ଗ୍ୟାସ ସଙ୍କଟଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଯୁଗ୍ମ ଟିମ ସହରର ବିଭିନ୍ନ ସ୍ଥାନମାନଙ୍କରେ ଚଢ଼ାଉ କରିଛନ୍ତି ।

ଶନିବାର ଯୋଗାଣ ବିଭାଗର ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଢେଙ୍କାନାଳ ସହରର ଶାସନ ଛକରେ ଥିବା ସୀତାରାମ ଗ୍ୟାସ୍ ନାମକ ଏକ ଗ୍ୟାସ ରିପାୟରିଂ ଦୋକାନ ଏବଂ ଘରେ ଚଢାଉ କରିଛି । ଏହି ଚଢାଉରେ ୨୭ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ । ସେଥିରେ ୩ଟି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମଧ୍ୟ ରହିଛି । ଜବତ ସିଲିଣ୍ଡର ମଧ୍ୟରେ ଇଣ୍ଡେନ, ଏଚ୍ପିସିଏଲ୍ ଓ ଭାରତ ଗ୍ୟାସ ପରି ତିନୋଟି କମ୍ପାନୀର ସିଲିଣ୍ଡର ରହିଛି । ଏହାସହ ସମସ୍ତ ସିଲିଣ୍ଡରକୁ ଜବତ କରାଯାଇଛି ।

ଚଢାଉ ପରେ ଯୋଗାଣ ବିଭାଗ ପକ୍ଷରୁ ସୀତାରାମ ଗ୍ୟାସ୍ ଦୋକାନ ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି ।

ଏହା ଏକ ଗ୍ୟାସ ଚୁଲା ବିକ୍ରି ଓ ମରାମତିଦୋକାନ ହୋଇଥିବାରୁ ଏତେ ପରିମାଣରସିଲିଣ୍ଡର ମିଳିବା ଗ୍ୟାସ କଳାବଜାରି କୁ ସ୍ପଷ୍ଟ ଦର୍ଶାଉଛି । ଗ୍ୟାସ୍ ସିଲିଣ୍ଡର କଳାବଜାରୀ ନେଇ ରାଜ୍ୟ ସରକାର ବାରମ୍ବାର ଚେତାବନୀ ଦେଉଛନ୍ତି । ତାପରେ ବି କିଛି ଅସାଧୁ ବ୍ୟବସାୟୀଙ୍କ କଳାବଜାରୀରେ ଲାଗୁନି ରୋକ ।

Leave A Reply

Your email address will not be published.