କଟକ: ପୁଣି ବଢିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଡ଼ିଶା ଟିଚର୍ ଇଲିଜିବିଲଟି ଟେଷ୍ଟ (ଓଟିଇଟି) – ୨୦୨୬ ଆବେଦନ ସମୟ ସୀମା । ମେ’ ମାସ ୯ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ଏହି ଆବେଦନ ସୀମାକୁ ବୃଦ୍ଧି କରାଯାଇଛି । ଆବେଦନର ଶେଷ ସମୟ ଆହୁରି ମାସେ ବଢ଼ାଇ ଦିଆଯାଇଥିବାରୁ ଲମ୍ବା ସମୟ ମଧ୍ୟରେ ଅନେକ ପ୍ରାର୍ଥୀ ଆବେଦନ କରିବାକୁ ସୁଯୋଗ ପାଇବେ ।
ଏହି ପରୀକ୍ଷା ଲାଗି ଆବେଦନର ଶେଷ ସମୟ ଗୁରୁବାର ରାତି ୧୨ ଟା ପର୍ଯ୍ୟନ୍ତ ଥିଲା । ଉକ୍ତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅନେକ ପ୍ରାର୍ଥୀ ଆବେଦନ କରିପାରି ନଥିବାରୁ ବୋର୍ଡ ପକ୍ଷରୁ ଓଟିଇଟି ଆଶାୟୀଙ୍କୁ ସୁଯୋଗ ଦିଆଯାଇଛି । ଫଳରେ ଆବେଦନକାରୀଙ୍କ ସଂଖ୍ୟା ଏକ ଲକ୍ଷ ପାର କରିବ ବୋଲି ଚର୍ଚ୍ଚା ହେଉଛି ।
ଅଦ୍ୟାବଧି ଉକ୍ତ ପରୀକ୍ଷା ୭୦ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିବାର ସୂଚନା ମିଳିଛି । ଆବେଦନାକରୀଙ୍କ ମଧ୍ୟରେ ଅନେକ ଇନ୍ସର୍ଭିସ୍ ଶିକ୍ଷକ ଥିବାର ଖବର ମିଳିଛି ।