ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପାକିସ୍ତାନ ଲିଙ୍କରେ ସନ୍ଦିଗ୍ଧକୁ ଉଠାଇ ନେଇଛି ପୋଲିସ । ୟୁନିଟ୍ ୬ ଅଞ୍ଚଳରୁ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୁଲିସ ଗିରଫ କରିଛି । ଯୁବକ ଜଣକଙ୍କ ପରିଚୟ ଇମ୍ରାନ ବୋଲି ଜଣାପଡିଛି । ଇମ୍ରାନ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟସଆପ୍ ଏବଂ ସିଗନାଲ ଭଳି ପ୍ଲାଟଫର୍ମରେ ଦେଶଦ୍ରୌହୀ ମନ୍ତବ୍ୟ ଦେବା ପରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ରୀ ଟିମ୍ ଏକ ସପ୍ତାହ ପୂର୍ବେ ଦିଲ୍ଲୀରୁ କିଛି ଯୁବକଙ୍କୁ ଉଠାଇ ନେଇଥିଲା । ଇମ୍ରାନ, କିଛି ଆତଙ୍କବାଦୀ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା । ତାର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ, ସେ ହ୍ୱାଟସଆପ୍ ଏବଂ ସିଗନାଲ ଆପ୍ଲିକେସନ୍ସର ଏକ ଗୋଷ୍ଠୀ ସହିତ ଯୋଗାଯୋଗ କରିଥିଲେ । ଏହା ବାବଦରେ ଇମ୍ରାନ୍ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା ।
ଶୈଖ ଇମ୍ରାନଙ୍କୁ ଏସଡିଜେମ ଭୁବନେଶ୍ୱରଙ୍କ କୋର୍ଟରେ ହାଜର କରାଯାଇଥିଲା ଏବଂ ଦିଲ୍ଲୀ ପୋଲିସ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ।