Latest Odisha News

BREAKING NEWS

କୋହଲି, ରୋହିତଙ୍କ ଗ୍ରୁପରେ ସାମିଲ ହେଲେ ସାମସନ

ଚେନ୍ନାଇ: ସଞ୍ଜୁ ସାମସନଙ୍କ ଚମତ୍କାର ଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨ ୱିକେଟ ବିନିମୟରେ ୨୧୨ ରନ ସଂଗ୍ରହ କରିଛି । ସେ ୫୬ ବଲରେ ୧୫ ଚୌକା ଓ ୪ ଛକା ସହାୟତାରେ ୧୧୫ ରନ କରି ଅପରାଜିତ ରହିଥିଲେ । ସାମସନ ଏହି ମ୍ୟାଚ ମାଧ୍ୟମରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଟି୨୦ ଫର୍ମାଟରେ ୪୦୦ ଛକା ମାରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଏହି ସଫଳତା ହାସଲ କରିଛନ୍ତି ।

ରୋହିତ ୫୫୪ ଛକା ମାରିଥିବା ବେଳେ କୋହଲି ୪୪୦ ଓ ସୂର୍ଯ୍ୟକୁମାର ୪୨୧ ଛକା ମାରିଛନ୍ତି । ଚେନ୍ନାଇ ପକ୍ଷରୁ ସାମସନଙ୍କ ଏହା ପ୍ରଥମ ଶତକ । ମୂରଲୀ ବିଜୟ ପରେ ସେ ଚେନ୍ନାଇ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଦିଲ୍ଲୀ ବିପକ୍ଷରେ ଶତକ ହାସଲ କରିଛନ୍ତି । ସାମସନ ୨୦୧୭, ୨୦୧୯ ଓ ୨୦୨୧ ଆଇପିଏଲରେ ଶତକ ହାସଲ କରିଥିଲେ । କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଥିବାରୁ ଚେନ୍ନାଇ ଏହି ମ୍ୟାଚରେ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.