Latest Odisha News

ଶୂନରେ ଆଉଟ ହେବାରେ ରୋହିତ, ସାମସନଙ୍କୁ ପଛରେ ପକାଇଲେ ଅଭିଷେକ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଚଳିତ ଆଇପିଏଲ ଅବସରରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ଟି୨୦ରେ ସେ ଗୋଟିଏ ବର୍ଷ ସର୍ବାଧିକ ଥର ଶୂନରେ ଆଉଟ ହୋଇ ଏହି ରେକର୍ଡ କରିଛନ୍ତି । ୨୦୨୬ରେ ଅଭିଷେକ ଏ ପର୍ଯ୍ୟନ୍ତ ୭ ଥର ଡକରେ ଆଉଟ ହୋଇଛନ୍ତି । ତାଙ୍କ ପୂର୍ବରୁ ୨୦୧୮ରେ ରୋହିତ ଶର୍ମା ଏବଂ ୨୦୨୪ରେ ସଞ୍ଜୁ ସାମସନ ୬ ଥର ଶୂନରେ ଆଉଟ ହୋଇ ଭାରତ ପକ୍ଷରୁ ଏହି ଅଲୋଡା ରେକର୍ଡ କରିଥିଲେ ।

ଗୁରକୀରଟ ସିଂ ୨୦୧୩ରେ ୫ ଓ ପୀୟୂଷ ଚାୱଲା ୨୦୦୯ରେ ୪ ଥର ଶୂନରେ ଆଉଟ ହୋଇଥିଲେ । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୨୧୬ ରନ ସଂଗ୍ରହ କରିଥିଲା । ଅଭିଷେକ ପ୍ରଥମ ବଲରେ ଜୋଫ୍ରା ଆର୍ଚ୍ଚରଙ୍କ ଦ୍ୱାରା ଆଉଟ ହୋଇଥିଲେ । ଈଶାନ କିଶାନ ୪୪ ବଲରୁ ୯୧ ଓ ହେନେରିକ କ୍ଲାସେନ ୨୬ ବଲରୁ ୪୦ ରନ ସଂଗ୍ରହ କରିଥିଲେ । ଆର୍ଚ୍ଚର ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.