Latest Odisha News

BREAKING NEWS

ଯୁଦ୍ଧ ସତ୍ୱେ ଇରାନ ଖେଳିବ ଫିଫା ବିଶ୍ୱକପ

ପ୍ୟାରିସ: ଜୁନ ୧୧ରୁ ଫିଫା ବିଶ୍ୱକପ ଆରମ୍ଭ ହେବ । ଫୁଟବଲ ଏହି ମହାକୁମ୍ଭରେ ଇରାନ ଖେଳିବ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା । ମଧ୍ୟ ପ୍ରାଚ୍ୟରେ ଅଶାନ୍ତି ଏହାର ମୂଖ୍ୟ କାରଣ ଥିଲା । ଶୁକ୍ରବାର ଫିଫା ମୂଖ୍ୟ ଜିଆନି ଇନଫାଂଟିନୋ ଏହା ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଇରାନ ତାର ଗ୍ରୁପ ମ୍ୟାଚକୁ ଆମେରିକା ବଦଳରେ ମେକ୍ସିକୋରେ ଆୟୋଜନ କରିବା ପାଇଁ ଫିଫାକୁ ଅନୁରୋଧ କରିଥିଲା । ଫିଫା ଏହାକୁ ଅଗ୍ରାହ୍ୟ କରିଦେଇଛି । ଗ୍ରୁପ ଜିରେ ସ୍ଥାନ ପାଇଥିବା ଏସିଆର ପ୍ରମୂଖ ଦଳ ଲସ ଆଞ୍ଜେଲ୍ସରେ ୨ଟି ଓ ସିଆଟେଲରେ ଗୋଟିଏ ମ୍ୟାଚ ଖେଳିବ ।

ବିଶ୍ୱକପ ବେଳକୁ ପରିସ୍ଥିତି ଶାନ୍ତ ହୋଇ ଯାଇଥିବ । ଇରାନ ନିଶ୍ଚିତ ଭାବେ ଆସିବ ସେମାନଙ୍କ ଖେଳାଳି କ୍ରୀଡା ପାଇଁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଭଲ ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କ ପ୍ରଶଂସକ ନିଶ୍ଚିତ ଭାବେ ଦଳ ବିଶ୍ୱକପ ଖେଳିବାକୁ ଚାହିଁବ ବୋଲି ଇନଫ୍ରାଂଟିନୋ କହିଛନ୍ତି । ଏଥର ବିଶ୍ୱକପରେ ସର୍ବାଧିକ ୪୮ ଟିମ ଅଂଶଗ୍ରହଣ କରୁଛନ୍ତି । ୩୯ ଦିନ ଧରି ଏହି ମହାକୁମ୍ଭ ଚାଲିବ ।

Leave A Reply

Your email address will not be published.