Latest Odisha News

BREAKING NEWS

ପ୍ରଭସିମ୍ରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ

ୱାଙ୍ଖେଡ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ କ୍ୱିଂଟନ ଡିକକଙ୍କ ଅପରାଜିତ ଶତକ( ୬୦ ବଲରୁ ୧୧୨ ରନ) ସହାୟତାରେ ୬ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ନମନ ଧୀର ୫୦ ରନ କରିଥିଲେ । ଜବାବରେ ୧୬.୩ ଓଭରରେ ୩ ୱିକେଟ ହରାଇ ପଞ୍ଜାବ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ପ୍ରଭସିମ୍ରନ ସିଂ ୩୯ ବଲରୁ ଦ୍ରୁତ ୮୦ ରନ କରି ଅପରାଜିତ ରହିଥିଲେ । ଅଧିନାୟକ ଶ୍ରେୟାଶ ଆୟାର ୩୫ ବଲରୁ ୬୬ ରନ କରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ଅର୍ଶଦୀପ ସିଂ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଏ ପର୍ଯ୍ୟନ୍ତ ପଞ୍ଜାବ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନି । ୫ ମ୍ୟାଚରୁ ଦଳ ୯ ପଂଏଟ ହାସଲ କରିଛି । ଅପରପକ୍ଷରେ ୫ଟି ମ୍ୟାଚରୁ ମୁମ୍ବାଇ ମାତ୍ର ଗୋଟିକରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.