ଦେବଗଡ଼: ଦେବଗଡ଼ ଜିଲ୍ଲା ପାଇଁ ଗୌରବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ । ଏହା ଦ୍ବାରା ପ୍ରଧାନପାଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ଉକ୍ତ ବିଷୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ବିଶେଷତ୍ୱ ତଥା ବିଭିନ୍ନ ଲୋକକଥା ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷଣୀୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
ପ୍ରଧାନପାଟ ପାଦଦେଶରେ ରହିଥିବା ‘ବସନ୍ତ ନିବାସ’ ଓ ‘ଲଳିତ ନିବାସ’ ନାମକ ଦୁଇଟି ରମଣୀୟ ଶେଳନିବାସ ସମ୍ପର୍କରେ ମଧ୍ୟ ଉକ୍ତ ବିଷୟବସ୍ତୁରେ ସ୍ଥାନପାଇଛି । ଉକ୍ତ ଶେଳନିବାସରେ ରାଜା ବାସୁଦେବ ସୁଢଳଦେବ ଓ ରାଜା ସଚ୍ଚିତାନନନ୍ଦ ତ୍ରିଭୁବନ ଦେବଙ୍କ ସମୟରେ ରାଜ୍ୟର ବହୁ ବିଶିଷ୍ଟ କବି ଆସି ସାହିତ୍ୟ ଚର୍ଚ୍ଚା କରୁଥିଲେ । ଏବେ ବି ବହୁ ବିଶିଷ୍ଟ କବିଙ୍କ ଲେଖା ଆଜି ବି ବସନ୍ତ ନିବାସର କାନ୍ଥରେ ଖୋଦିତ ହୋଇ ରହିଛି ।
ଏହାସହିତ ମା’ ପଧାନୀ ବୁଢ଼ୀ ଦୈବୀ ଶକ୍ତିପୀଠ ଓ ଅନତିଦୂରରେ ପଞ୍ଚଖଣ୍ଡା, ଶକ୍ତିପୀଠ ଏବଂ ଭୁବନେଶ୍ବରରୁ କିପରି ପର୍ଯ୍ୟଟକମାନେ ଦେବଗଡରେ ପହଞ୍ଚି ପ୍ରଧାନପାଟ ଭ୍ରମଣ କରିପାରିବେ ସେ ସମ୍ପର୍କରେ ବିଷୟବସ୍ତୁରେ ଉଲ୍ଲେଖ କରାଯାଇଛି ।