Latest Odisha News

BREAKING NEWS

Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ ମହିଳାଙ୍କ କ୍ରୋଧର ସମ୍ମୁଖୀନ ହେବ

ନୂଆଦିଲ୍ଲୀ:ଫେଲ୍ ମାରିଲା ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌ । ଲୋକସଭାରେ ଫେଲ୍ ମାରିଛି ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ସଂଶୋଧନ ବିଲ୍। ଏହାପରେ ଅମିତ ଶାହ କହିଛନ୍ତି, “ଆଜି ଲୋକସଭା ଏକ ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ଦେଖିଲା। ନାରୀ ଶକ୍ତି ବନ୍ଦନା ଆଇନ ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ୍ କଂଗ୍ରେସ, ଟିଏମସି, ଡିଏମକେ ଏବଂ ସମାଜବାଦୀ ପାର୍ଟି ଦ୍ୱାରା ଗୃହୀତ ହେବାକୁ ଦିଆଯାଇ ନଥିଲା।ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ କୁ ଫେଲ୍ କରିବା, ଏହାପରେ ସେଲିବ୍ରେସନ କରିବା ; ତାହା ପ୍ରକୃତରେ ନିନ୍ଦନୀୟ ଏବଂ କଳ୍ପନା ବାହାରେ।”

 

ଏବେ, ସାରା ଦେଶରେ ମହିଳାମାନେ ଲୋକସଭା ଏବଂ ବିଧାନସଭାରେ ୩୩%% ସଂରକ୍ଷଣର ଅଧିକାର ହରାଇବେ। ଏହା ପ୍ରଥମ ଥର ନୁହେଁ, ବରଂ ବାରମ୍ବାର କଂଗ୍ରେସ ଏବଂ ତା’ର ସହଯୋଗୀମାନେ ଏହା କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ନା ମହିଳାଙ୍କ ହିତରେ ନା ଦେଶର ହିତରେ। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ମହିଳାମାନଙ୍କ ପ୍ରତି ଏହି ଅସମ୍ମାନ ଏଠାରେ ବନ୍ଦ ହେବ ନାହିଁ; ଏହା ବହୁତ ଦୂର ପର୍ଯ୍ୟନ୍ତ ଯିବ। ବିରୋଧୀ ଦଳକୁ କେବଳ ୨୦୨୯ ଲୋକସଭା ନିର୍ବାଚନରେ ​​ନୁହେଁ, ବରଂ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ ନିର୍ବାଚନରେ ​​ଏବଂ ପ୍ରତ୍ୟେକ ସ୍ଥାନରେ ମହିଳାମାନଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିବ।

ସୂଚନାଥାଉକି, ମହିଳା ସଂରକ୍ଷଣ ବିଲ୍ ସହିତ ଜଡିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ପାରିତ ହେଲା ନାହିଁ । ବିଲ୍ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ମିଳିଥିଲା। ଲୋକସଭାରେ ୪୮୯ ସାଂସଦ ସେମାନଙ୍କର ଭୋଟ୍ ଦେଇଥିଲେ।

 

Leave A Reply

Your email address will not be published.