Latest Odisha News

BREAKING NEWS

ଶ୍ରୀସନ୍ଥ ଆଣିଲେ ବଡ ଅଭିଯୋଗ: ଚାପୁଡା କାଣ୍ଡକୁ ବିକ୍ରି କରି ମାଲାମାଲ ହୋଇଛନ୍ତି ହରଭଜନ

ନୂଆଦିଲ୍ଲୀ: ୨୦୦୮ ଆଇପିଏଲରେ ଚାପୁଡା କାଣ୍ଡ ବେଶ ଆଲୋଚନାର କେନ୍ଦ୍ର ସାଜିଥିଲା । ପ୍ରତ୍ୟେକ ଆଇପିଏଲରେ ଏହି ବିବାଦୀୟ ଘଟଣା କୌଣସି ନା କୌଣସି ବାଟରେ ସମ୍ମୁଖକୁ ଆସିଥାଏ । ଏଥର ଏସ.ଶ୍ରୀସନ୍ଥ ଏହି ଚାପୁଡା କାଣ୍ଡକୁ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ହରଭଜନ ଏହି କାଣ୍ଡକୁ ଏକପ୍ରକାର ମାର୍କେଟିଂ କରି ମାଲାମାଲ ହୋଇଛନ୍ତି । ସେ ଏ ବାବଦକୁ ୮୦ ଲକ୍ଷରୁ ୧ କୋଟି ଟଙ୍କା ଆୟ କରିଛନ୍ତି । ମୁଁ ଏହି ବିବାଦକୁ ଭୁଲି ଯାଇଥିଲି । ଏ ନେଇ କୌଣସି ପ୍ରକାରର ଆଲୋଚନା ମଧ୍ୟ କରି ନାହିଁ ।

ଏବେ ହରଭଜନ ଏହାକୁ ନେଇ ଆଡ କରିବା ସହ ମୋତେ ଶେୟାର କରିବା ପାଇଁ କହିଛନ୍ତି । ଯାହା ମୋ ପକ୍ଷେ ଗ୍ରହଣୀୟ ହୋଇ ନ ଥିଲା । ମୁଁ ତାଙ୍କୁ କ୍ଷମା କରି ଦେଇଥିଲି । ଏପରିକି ସ୍ପଷ୍ଟ ଭାବେ କହିଥିଲି ତୁମ ସହିତ କୌଣସି ସମ୍ପର୍କ ରଖିବି ନାହିଁ । ଆଇପିଏଲ କମିଶନର ଲଳିତ ମୋଦି ପ୍ରଥମେ ଏହି ଘଟଣାର ଫୁଟେଜ ରିଲିଜ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ବୋଲି ଶ୍ରୀସନ୍ଥ କହିଛନ୍ତି ।

Leave A Reply

Your email address will not be published.