ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏଡସ ହୋଇଥିବା ସତ୍ତ୍ବେ ସେ ଏହାର ପ୍ରତିକାର ନକରି କୌଣସି ଔଷଧ ସେବନ ନକରି ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିଥିବା ଖବର ସାମ୍ନାକୁ ଆଶିଛି । ଯାହାକୁ କେନ୍ଦ୍ର କରି ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ଉକ୍ତ ବ୍ୟକ୍ତି ଜଣକ ହେଲେ ୪୩ ବର୍ଷୀୟ ଅଭିଯୁକ୍ତ ଆଡମ ହିଲ । ଆଡମ ୨୦୧୬ ରୁ ୨୦୨୩ ମଧ୍ୟରେ ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିବାରେ ସଫଳ ହୋଇଛି । ୨୦୧୦ରେ ଆଡମ ଏଚଆଇଭିରେ ଆକ୍ରାନ୍ତ ହୋଇଥିଲା । ଏହାପରେ ସେ ନିଜର କୌଣସି ଚିକିତ୍ସା ନକରାଇ ଯୁବକମାନଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖୁଥିଲା । ସେମାନେ ଏଡସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ୭ ଜଣଙ୍କ ମଧ୍ୟରେ କିଛି ନାବାଳକ ମଧ୍ୟ ରହିଥିବା ଜଣାପଡିଛି ।
ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟର ଜଜ ଏଡୱାର୍ଡ ବିଣ୍ଡଲୋସ୍ ଏହି ମାମଲାର ଶୁଣାଣି କରି ଆଡମକୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି କହି ଆଡମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।