Latest Odisha News

Bengal Polls: ପଶ୍ଚିମବଙ୍ଗର ପାଞ୍ଚ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଘୋର ଅବହେଳା ଏବଂ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ସରକାରଙ୍କୁ ପାଞ୍ଚ ଜଣ ଡାଇମଣ୍ଡ ହାର୍ବର ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର (୨୫ ଏପ୍ରିଲ) ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପୋଲିସକର୍ମୀଙ୍କ ଆଚରଣ ସମ୍ପର୍କରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନିଲମ୍ବିତ ହେବାକୁ ଥିବା ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ ଅଧୀକ୍ଷକ ସନ୍ଦୀପ ଗରାଇ, SDPO ସଜଲ ମଣ୍ଡଳ, ଡାଇମଣ୍ଡ ହାର୍ବର ପୋଲିସ ଷ୍ଟେସନ ଇନଚାର୍ଜ ମୌସମ୍ ଚକ୍ରବର୍ତ୍ତୀ, ଫଲତା ପୋଲିସ ଷ୍ଟେସନ ଇନଚାର୍ଜ ଅଜୟ ବାଗ ଏବଂ ଉସ୍ଥି ପୋଲିସ ଷ୍ଟେସନ ଇନଚାର୍ଜ ଅଧିକାରୀ ସୁବେଚ୍ଛା ବାଗ ଅନ୍ତର୍ଭୁକ୍ତ।

ନିର୍ବାଚନ କମିଶନ ଡାଇମଣ୍ଡ ହାର୍ବର ପୋଲିସ ଅଧିକ୍ଷକ ଇଶାନୀ ପାଲଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ସମ୍ବେଦନଶୀଳ ନିର୍ବାଚନ ସମ୍ବନ୍ଧୀୟ ମାମଲାରେ ତାଙ୍କ ଅଧୀନସ୍ଥ ଅଧିକାରୀଙ୍କ ମଧ୍ୟରେ ଶୃଙ୍ଖଳା ଏବଂ ନିରପେକ୍ଷତା ବଜାୟ ରଖିବାରେ ବିଫଳ ହୋଇଛନ୍ତି ।

Leave A Reply

Your email address will not be published.