Latest Odisha News

BREAKING NEWS

ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଚର୍ଚ୍ଚାରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ଚଳିତ ଥୋମାସ ଓ ଉବେର କପରେ ଏକ ଡିଭାଇସ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି । ଡେନମାର୍କର ହୋସେସରେ ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖେଳାଯାଉଛି । ମ୍ୟାଚ ଅବସରରେ ସିନ୍ଧୁ ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଡିଭାଇସକୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରିଥିଲା । ଜୋମାଟୋ ଫାଉଣ୍ଡର ଦୀପେନ୍ଦର ଏହି ଡିଭାଇସ ପ୍ରସ୍ତୁତ କରିଛନ୍ତି । ଏହା ଏକ ୱେରବେଲ ଡିଭାଇସ । ମୁଣ୍ଡରେ ଏହାକୁ ସହଜରେ ଲଗା ଯାଇପାରିବ ।

ଏହା ରକ୍ତପ୍ରବାହକୁ ଭଲ ଭାବେ ଅନୂଧ୍ୟାନ କରିଥାଏ । ଏପରିକି ଏହା ପରିଧାନ କରିଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତିକୁ ଅନୁଧ୍ୟାନ କରିପାରିଥାଏ । ଏବେ ଏହି ଡିଭାଇସକୁ ନେଇ ପରୀକ୍ଷଣ କରାଯାଉଛି । କମ ଦିନ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । କ୍ରୀଡାରେ ଏହି ଡିଭାଇସ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି । ସିନ୍ଧୁ ଏହାକୁ ପରିଧାନ କରିବା ପରେ ସହଜରେ ବିଜୟ ହାସଲ କରିଥିଲେ । ମ୍ୟାଚ ପରେ ସେ ବେଶ ଖୁସୀ ଥିଲେ ।

Leave A Reply

Your email address will not be published.