Latest Odisha News

BREAKING NEWS

ପଶ୍ଚିମ ଓଡିଶାରେ ନିଆଁ ପିଣ୍ଡୁଳା: କାଳବୈଶାଖୀ ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, କଲବଲ କରୁଛି ଅସହ୍ୟ ତାତି। ଲାଗୁଥିଲା ଯେମିତି ପାଖରେ ନିଆଁ ପିଣ୍ଡୁଳା ଥୁଆ ହୋଇଛି। ଆହୁରି ୨ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଚଳିତ ଗ୍ରୀଷ୍ମଋତୁରେ ଏହା ଥିଲା ରେକର୍ଡ ତାତି। ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ଥିଲା। ଏଭଳି ଅସହ୍ୟ ତାତିରେ ପୂରା ପଶ୍ଚିମ ଓଡ଼ିଶାବାସୀ ଛଟପଟ ହୋଇଥିଲେ। ଆସନ୍ତା ୩୦ ତାରିଖରୁ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ଯୋଗୁଁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜିଠୁ କାଳବୈଶାଖୀ, ତାତିରୁ ମିଳିବ ଆଶ୍ୱସ୍ତି । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ଏପ୍ରିଲ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞନ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏଥିସହ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

ଗତ ୨୪ ତାରିଖରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ଥିଲା । ଆଜି ପୁଣି ତାତି ରେକର୍ଡ ଛୁଇଁଛି । ଆସନ୍ତା ଦୁଇରୁ ତିନି ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନର ବିଶେଷ ସମ୍ଭାବନା ନାହିଁ । ୩୦ ତାରିଖ ବା ଗୁରୁବାରଠାରୁ ତାତି ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨ ତାରିଖ ଯାଏ ତାତି ସାମୟିକ ଭାବେ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ୨୯ ତାରିଖରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗିପାରେ। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏ ଖସିବ। ୩୦ ତାରିଖରେ ଆଉ ଟିକିଏ ଆଶ୍ୱସ୍ତି ମିଳିବ ଓ ତାତି ୪ ଡିଗ୍ରୀ ଯାଏ କମିପାରେ। ୨୭ରୁ ୩୦ ତାରିଖ ଯାଏ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିପାରେ ବୋଲି ପୂର୍ବାନୁମାନରେ କୁହାଯାଇଛି। ୨ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ଆଶଙ୍କା ଅଛି।

Leave A Reply

Your email address will not be published.