ମୁମ୍ବାଇ: ୩ ବନ୍ଧୁ ରାଜୁ, ରାଂଚୋ ଓ ଫରହାନଙ୍କ କାହାଣୀ ଥ୍ରୀ ଇଡିଏଟ୍ସ ୨୦୦୯ରେ ରିଲିଜ ହୋଇଥିଲା । ଅମୀର ଖାଁ, ଶରମନ ଯୋଶୀ ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମକୁ ସମସ୍ତ ବର୍ଗର ଲୋକ ପସନ୍ଦ କରିଥିଲେ । ରାଜୁ ହିରାନୀଙ୍କ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରିଥିଲେ । ୫୫ କୋଟି ବଜେଟର ଏହି ଫିଲ୍ମ ୪୦୦ କୋଟି ଆୟ କରିଥିଲା । ପ୍ରାୟ ୧୭ ବର୍ଷ ପରେ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଧବାର ଅମୀର ଖାଁ ଏହାର ସୀକ୍ୱେଲକୁ ନେଇ ବଡ ଅପଡେଟ ଦେଇଛନ୍ତି ।
ଅମୀର ତାଙ୍କ ପୁଅ ଜୁନୈଦଙ୍କ ଫିଲ୍ମ ଏକ ଦିନର ପ୍ରଚାର ପ୍ରସାରରେ ଲାଗିଛନ୍ତି । ଏହା ମେ ୧ରେ ରିଲିଜ ହେବ । ଏହି ଅବସରରେ ସେ କହିଥିଲେ, ଥ୍ରୀ ଇଡିଏଟ୍ସର ସୀକ୍ୱେଲର କାହାଣୀ ଶୁଣିଛି । ମୋତେ ଏହା ବେଶ ପସନ୍ଦ ଆସିଛି । ୧୦ ବର୍ଷ ଆଗକୁ ଦେଖି ଏହାର କାହାଣୀ ଲେଖାଯାଇଛି । ଅରିଜିନାଲ କାହାଣୀକୁ ଚମକ ଏଥିରେ ରହିଛି । ଅଭିଜିତ ଓ ରାଜୁ ଏହାର କାହାଣୀ ଚମତ୍କାର ଢ଼ଙ୍ଗରେ ଲେଖିଛନ୍ତି । ପ୍ରଥମ ପାର୍ଟରେ କାମ କରିଥିବା ପ୍ରାୟ ସମସ୍ତ କଳାକାର ଏଥିରେ ଅଭିନୟ କରିବେ । ସୂଚନାଯୋଗ୍ୟ, ରାଜକୁମାର ଓ ଅମୀରଙ୍କ ଦାଦାସାହେବ ଫାଲକେ ଫିଲ୍ମ ଏକପ୍ରକାର ବନ୍ଦ ହୋଇଯାଇଛି ।