ନୂଆଦିଲ୍ଲୀ: ଚଳିତ ବର୍ଷର ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସଂସଦରେ ଉପସ୍ଥାପନା କରିଛନ୍ତି। ଅନ୍ୟ ସମସ୍ତ ବିଭାଗ ସହ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟ ବଜେଟ ଘୋଷଣା କରିଛନ୍ତି ସୀତାରମଣ
୨୦୧୯-୨୦ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି।
ପ୍ରତିରକ୍ଷା ପାଇଁ ୧ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୦ ହଜାର ୩୪୦ କୋଟି ଟଙ୍କା ଅଧିକ ବୋଲି ଜଣାପଡିଛି।
ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ସାମଗ୍ରୀ କ୍ରୟ କରାଯିବା ସହ ଯବାନଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।
ଏହାସହ ପ୍ରତିରକ୍ଷା ପେନସନ୍ ବଜେଟକୁ ମଧ୍ୟ ବୃଦ୍ଧି କରାଯାଇଛି।
ଗତବର୍ଷ ଏହା ୧.୧୭ଲକ୍ଷ କୋଟି ଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୧.୩୩ କୋଟି କରାଯାଇଛି ।
Comments are closed.