Latest Odisha News

UGC NET:ୟୁଜିସି-ନେଟ୍ ପରୀକ୍ଷାରେ ପରିସଂଖ୍ୟାନ ଓ ବନବିଜ୍ଞାନ ସାମିଲ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ‘ପରିସଂଖ୍ୟାନ’ (Statistics) ଏବଂ ‘ବନ ବିଜ୍ଞାନ’ (Forestry) କୁ ନୂତନ ବିଷୟ ଭାବେ ଅନ୍ତର୍ଭୁକ୍ତ ହୋଇଛି । ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ ପରୀକ୍ଷା ଦେଇପାରିବେ । ଜୁନ୍ ୨୦୨୬ ଅଧିବେଶନରୁ ଏହି ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ । ଏହି ବିଷୟଗୁଡ଼ିକର ବିସ୍ତୃତ ପାଠ୍ୟକ୍ରମ ୟୁଜିସି-ନେଟର ୱେବସାଇଟରେ ଉପଲବ୍ଧ ଅଛି ।

ପରିସଂଖ୍ୟାନ ବିଷୟ ପାଇଁ ଏକ ସ୍ୱତନ୍ତ୍ର ନେଟ୍ ପରୀକ୍ଷାର ଆବଶ୍ୟକତା ଦୀର୍ଘ ଦିନରୁ ରହିଥିଲା । କାରଣ ପୂର୍ବରୁ ଛାତ୍ରଛାତ୍ରୀମାନେ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ, ଯେଉଁଠାରେ ସିଲାବସର ପ୍ରାୟ ୮୫% ଅଂଶ ପରିସଂଖ୍ୟାନ ବିଷୟ ବାହାରୁ ରହୁଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷାବିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ ।

ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନକୁ ବିଶ୍ୱବିଦ୍ୟାଳୟ ସମୁଦାୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


 

Leave A Reply

Your email address will not be published.