ଭୁବନେଶ୍ୱର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ବକେୟା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି । ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ମହିଳା ମାନେ ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନା ଟଙ୍କା ପାଇନଥିଲେ ।
ବିଭିନ୍ନ ସମସ୍ୟା କାରଣରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ମହିଳା ଦିବସରେ ୪ର୍ଥ କିସ୍ତି ସୁଭଦ୍ରା ଟଙ୍କା ଯାଇନଥିଲା । ଏବେ ଭେରିଫିକେସନ୍ ପରେ ପୁଣି ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଥିଲା । ସେହି ଦିନ ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ଅନେକ ଯୋଗ୍ୟ ମହିଳା ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ଅଭିଯୋଗ ଆସିଥିଲା ।
ସରକାରୀ ସୂଚନା ଅନୁସାରେ, ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ‘ଫିଲ୍ଡ ଭେରିଫିକେସନ’ ପ୍ରକ୍ରିୟା ଜାରି ରହିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୬ ହଜାର ନୂତନ ଆବେଦନ ମଧ୍ୟ ମିଳିସାରିଛି ।