Latest Odisha News

BREAKING NEWS

ଭାରତ ଆୟୋଜନ କରୁଥିବା ଆନ୍ତର୍ଜାତୀୟ ଇଭେଂଟରେ ଅଂଶଗ୍ରହଣ କରିପାରିବ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସହ ଭାରତର କୂଟନୀତି ସମ୍ପର୍କ ବେଶ ଖରାପ ରହିଛି । ଏହାର ପ୍ରଭାବ ସମସ୍ତ କ୍ଷେତ୍ରରେ ପଡିଛି । ଏପରିକି କ୍ରୀଡା ପ୍ରତିଯୋଗିତାରେ ପାକିସ୍ତାନକୁ ଭାରତ ଯାଉ ନ ଥିଲା କିମ୍ବା ସେମାନେ ଏଠାକୁ ଆସୁ ନ ଥିଲେ । ବୁଧବାର ଭାରତ ସରକାର ଏକ ବଡ ନିଷ୍ପତି ନେଇଛି । ଭାରତ ଯେଉଁ ବଡ ଆନ୍ତର୍ଜାତୀୟ ପ୍ରତିଯୋଗିତାକୁ ଆୟୋଜନ କରୁଥିବ ସେଥିରେ ପାକିସ୍ତାନ ଅଂଶଗ୍ରହଣ କରିପାରିବ । ପାକିସ୍ତାନରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେଲେ ଭାରତ ଯିବନି ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।

ଚାମ୍ପିୟନ୍ସ ଟ୍ରଫି ଓ ଟି୨୦ ବିଶ୍ୱକପ କ୍ରିକେଟ ଖେଳିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବଦଳରେ ଭାରତ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳିଥିଲା । ସେହିପରି ଟି୨୦ ବିଶ୍ୱକପରେ ପାକିସ୍ତାନ ତାର ସମସ୍ତ ମ୍ୟାଚ ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିଥିଲା । ଭାରତ ସରକାରଙ୍କ ନୂଆ ଘୋଷଣା ପରେ ଏ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.