Latest Odisha News

BREAKING NEWS

କ୍ରିକେଟ ଟିକେଟ ନାଁରେ ୫୪ ହଜାର ଟଙ୍କା ଠକେଇ ଅଭିଯୋଗ;ବାପା-ପୁଅ ଗିରଫ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲେ ନକଲି ପୋଲିସ ଅମିତ କୁମାର ଓଝା ।

ଖବର ଅନୁଯାୟୀ, ନିଜକୁ ପୋଲିସ ଅଫିସରର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ଖେଳ ଟିକେଟ୍ ଦେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟୁଥିବାର ଅଭିଯୋଗ ହୋଇଥିଲା । ଯଦି ଟଙ୍କା ଫେରସ୍ତ ମାଗିବେ, ତେବେ ପୋଲିସ ପରିଚୟ ଦେଇ ଲୋକଙ୍କ ଧମକ ଚମକ ଦେଉଥିଲେ । ଠକ ଅମିତ ସମସ୍ତ ଠକେଇ ଟଙ୍କାକୁ ବାପା ଅଶୋକ ଓଝାଙ୍କ ଆକାଉଣ୍ଟଙ୍କୁ ପଠାଉଥିଲେ ।

ସୂଚନାଥାଉକି, ଓଲ୍ଡ ଟାଉନ ଅଞ୍ଚଳର ଜଣେ ଯୁବତୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଟିକେଟ ଦେବାକୁ କହି ଅଭିଯୁକ୍ତମାନେ ପ୍ରଲୋଭିତ କରିଥିଲେ। ଯୁବତୀ ସେମାନଙ୍କ କଥାରେ ବିଶ୍ୱାସ କରି ୫୪ ହଜାର ଟଙ୍କା ଅନଲାଇନ୍ ମାଧ୍ୟମରେ ପଠାଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଅଭିଯୁକ୍ତମାନେ ଟିକେଟ ନଦେଇ ଫୋନ୍ ବନ୍ଦ କରି ଲୁଚି ରହିଥିଲେ।ଏନେଇ ଥାନାରେ ଅଭିଯୋଗ ହେବା ପରେ ଏୟାରଫିଲ୍ଡ ପୋଲିସ ସାଇବର ସେଲ୍ ସହାୟତାରେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାକ୍ କରିଥିଲା। ଏହି ଠକେଇ ଟଙ୍କା ବାପା ଅଶୋକ ଓଝାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା।

ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.