Latest Odisha News

BREAKING NEWS

ବିମାନରେ ବିଜେଡି ନେତାଙ୍କ ସାଂସଦ ପତ୍ନୀଙ୍କୁ ଚୋର ଚୋର କହି ଅପମାନ

ନୂଆଦିଲ୍ଲୀ: ବିଜୁ ଜନତା ଦଳର ନେତା ତଥା ପୂର୍ବତନ ସାଂସଦ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୋଇତ୍ରାଙ୍କ ସହ ବିମାନ ଭିତରେ ଅଭାବନୀୟ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ସମୟରେ କିଛି ଯାତ୍ରୀ ତାଙ୍କୁ ହଇରାଣ କରିବା ସହ ଟିଏମସି ନେତା ଚୋର ଚୋର ସହ ଜୟ ଶ୍ରୀରାମ ନାରା ଦେଇ ତାଙ୍କ ଅପମାନିତ କରାଯାଇଥିବା ସେ ଦାବି କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ମହୁଆ ମୋଇତ୍ରା ବିମାନରେ ଯାତ୍ରା କରୁଥିବା ବେଳେ କିଛି ସହ-ଯାତ୍ରୀ ତାଙ୍କୁ ଚିହ୍ନି ପାରିଥିଲେ। ଏହାପରେ କିଛି ଲୋକ ତାଙ୍କ ବିନା ଅନୁମତିରେ ମୋବାଇଲ୍‌ରେ ଭିଡିଓ ସୁଟିଂ କରିବା ଆରମ୍ଭ କରିଦେଇଥିଲେ। ସାଂସଦ ଏହାକୁ ବିରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଓଲଟା ବିମାନ ଭିତରେ ମହୁଆଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏହି ଘଟଣା ବେଶ୍ କିଛି ସମୟ ଧରି ଚାଲିଥିଲା, ଯାହାଫଳରେ ବିମାନ ଭିତରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ମହୁଆ ଏହି ଘଟଣାକୁ ନେଇ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ବିମାନ କ୍ରୁ (crew) ମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା କଥା, ଏଭଳି ପରିସ୍ଥିତିରେ ବିମାନର କର୍ମଚାରୀମାନେ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେଇପାରିଲେ ନାହିଁ କିମ୍ବା ସେହି ଯାତ୍ରୀମାନଙ୍କୁ ରୋକିଲେ ନାହିଁ। ଜଣେ ଯାତ୍ରୀର ପ୍ରାଇଭେସି ବା ଗୋପନୀୟତା ରକ୍ଷା କରିବାରେ ଏୟାରଲାଇନ୍ସ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀ କହିଛି ଯେ, ସେମାନେ ଏହି ଘଟଣାର ପୂରା ତଦନ୍ତ କରୁଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ସେମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ବାର ବିମାନ ଭିତରେ ନେତାମାନଙ୍କୁ ବିରୋଧ କରାଯିବାର ଖବର ସାମ୍ନାକୁ ଆସିଛି। ବଡ଼ କଥା ହେଉଛି ମହୁଆ ବିଭିନ୍ନ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପରିଚିତ। ତାଙ୍କର ବିରୋଧୀ ନେତାଙ୍କୁ ବିଭିନ୍ନ ସମୟରେ କଡା କଟାକ୍ଷ କରନ୍ତି। ଯାହାକି ସଭ୍ୟ ସମାଜରେ ନାପସନ୍ଦ କରନ୍ତି। ଟିଏମସି କ୍ଷମତାରେ ଥିଲା ବେଳେ ତାଙ୍କର ଅନେକ ସମାଲୋଚକଙ୍କୁ ଧମକ ଦେଇ ଜେଲରେ ମଧ୍ୟ ପୁରାଇଛନ୍ତି। ଏବେ କିନ୍ତୁ ଟିଏମସି କ୍ଷମତାରୁ ପଳାଇଛି। ଏହାପରେ ସାରା ଦେଶରେ ତଥା ବିଶେଷକରି ପଶ୍ଚିମବଙ୍ଗରେ ଟିଏମସି ନେତା ସମାଲୋଚନାର ଶିକାର ହେଉଛନ୍ତି।

 

Leave A Reply

Your email address will not be published.