Latest Odisha News

BREAKING NEWS

ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ  ବାଲେଶ୍ୱରରେ ଏକ ଘରୋଇ କମ୍ପାନୀର ମାଲିକଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିଜିଏସଟିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଓମ ପ୍ରକାଶ ନାୟକ ୧୬ ଲକ୍ଷ ଟଙ୍କା ଜିଏସଟି ରିଫଣ୍ଡ ଦେବା ପାଇଁ ଫାର୍ମ ମାଲିକଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଛି।

ଲାଞ୍ଚ ରାଶି ଦେବାକୁ ଅନିଚ୍ଛୁକ ହୋଇ ଫାର୍ମ ମାଲିକ ସିବିଆଇରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ସିଜିଏସଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲାଞ୍ଚ ଗ୍ରହଣ କରିବା ସମୟରେ ଧରିଥିଲେ।

ଏ ସମ୍ପର୍କରେ ସିବିଆଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.