Latest Odisha News

BREAKING NEWS

ଶପଥ ଗ୍ରହଣ ସମାରୋହରେ ବିଜୟଙ୍କୁ କାହିଁକି ଅଟକାଇଲେ ରାଜ୍ୟପାଳ?

ଚେନ୍ନାଇ: ଆଜିଠୁ ତାମିଲନାଡୁରେ ଆରମ୍ଭ ହେଲା ବିଜୟଙ୍କ ରାଜ୍‌ । ଦକ୍ଷିଣ ଭାରତ ଫିଲ୍ମ ଦୁନିଆର ସୁପରଷ୍ଟାରରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ଶପଥ ସମାରୋହରେ ଅଧିକ ଉତ୍ସାହିତ ହୋଇ ପ୍ରୋଟକଲ ଭୁଲି ଯାଇତିଲେ ବିଜୟ ।

ବିଜୟଙ୍କ ସମର୍ଥକମାନଙ୍କ କରତାଳି ଶବ୍ଦରେ ସେ ଉତ୍ସାହିତ ହୋଇ ଭାଷଣ ଦେବା ଆରମ୍ଭ କରିଥିଲେ । କିନ୍ତୁ ସାମ୍ବିଧାନିକ ଗରିମା ବଜାୟ ରଖିବା ପାଇଁ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ହସ୍ତକ୍ଷେପ କରିଥିଲେ । ଥାଲାପତି ବିଜୟ ଆର୍ଲେକର ଶପଥ ପାଇଁ ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ଧାଡି ବାହାରେ ଶବ୍ଦ କହିବା ଆରମ୍ଭ କରିଥିଲେ ଯାହାକୁ ରାଜ୍ୟପାଳ ଅଟକାଇବା ପରେ, ବିଜୟ ପ୍ରୋଟୋକଲ ଭିତରେ ରହି ଶପଥ ଗ୍ରହଣ କରିଥିଲେ ।

ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସାରା ଦେଶରୁ ଅନେକ ପ୍ରମୁଖ ବ୍ୟକ୍ତି ଚେନ୍ନାଇରେ ପହଞ୍ଚିଥିଲେ । ତେବେ ସବୁଠୁ ଖାସ କଥା ହେଉଛି ବିଜୟଙ୍କ ଏହି ବଡ କାର୍ଯ୍ୟକ୍ରମରେ ତାଙ୍କ ଧର୍ମପତ୍ନୀ କି ପିଲା ମାନେ ଉପସ୍ଥିତ ନଥିଲେ । ବରଂ ଘନିଷ୍ଠ ବନ୍ଧୁ, ପ୍ରଖ୍ୟାତ ଅଭିନେତ୍ରୀ ତ୍ରିଶା କୃଷ୍ଣନ ଉପସ୍ଥିତ ଥିଲେ ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟରେ ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.