ନୂଆଦିଲ୍ଲୀ: ଆଂଟି ଡୋପିଂ ନିୟମ ଉଲ୍ଲଂଘନ ନେଇ ଭାରତୀୟ ରେସଲିଂ ଫେଡେରେଶନ ରେସଲର ଭିନେଶ ଫୋଗଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶୃଙ୍ଖଳିତ ଆଚରଣ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁଡବ୍ଲୁୃଡବ୍ଲ୍ୟୁ ଆଂଟି ଡୋପିଂ ନିୟମ ଅନୁଯାୟୀ ଅବସରରୁ ପ୍ରତ୍ୟାବର୍ତନ କରିଥିବା ଆଥଲେଟ୍ସଙ୍କ ପାଇଁ ନୋଟିସ ପରିୟଡ ୬ ମାସ ରଖାଯାଇଛି । ଭିନେଶ ଏଥିରେ ବ୍ୟତୀକ୍ରମ ଘଟାଇଥିବାରୁ ଆସନ୍ତା ଜୁନ ୨୬ ପର୍ଯ୍ୟନ୍ତ ସେ କୌଣସି ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଗୋଣ୍ଡାରେ ହେବାକୁ ଥିବ ନ୍ୟାଶନାଲ ଓପନ ର୍ୟାଙ୍କିଙ୍ଗରେ ସେ ପ୍ରତ୍ୟାବର୍ତନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ମାତ୍ର ତାଙ୍କୁ ନିରାଶ ହେବାକୁ ପଡିଛି ।
ସେ ସୋସିଆଲ ମିଡିଆରେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ମୋ ଜୀବନ ଏବେ ଦୋ ଛକିରେ ଫସିଛି । ମୋର ତ୍ରୁଟି ଖୋଜା ଚାଲିଛି । ମୁଁ ନଇଁବିନି । ସଂଘର୍ଷ ଜାରୀ ରହିବ । ଏହାର ଜବାବରେ ପୂର୍ବ ସାଂସଦ ବ୍ରିଜଭୂଷଣ ଶରଣ ସିଂ ଲେଖିଛନ୍ତି ସଫଳତାର ଶିଖରରେ ତୁମେ ସବୁବେଳେ ରହି ପାରିବନି । ଯେଉଁ ଡାଳରେ ତୁମେ ବସିଛ ତାହା କେତେବେଳ ଭାଙ୍ଗିବ କହିହେବନି । ବ୍ରିଜଭୂଷଣ ଓ ଭିନେଶଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି ।