Latest Odisha News

BREAKING NEWS

ଶୁଭେନ୍ଦୁୃ ଅଧିକାରୀଙ୍କ ପିଏ ହତ୍ୟା ମାମଲା: ୩ ଗିରଫ, ରହିଛି ବଡ଼ ନେତାଙ୍କ ଲିଙ୍କ୍?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଚନ୍ଦ୍ରନାଥ ରଥ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗର ତତ୍କାଳୀନ ବିରୋଧୀ ଦଳ ନେତା ତଥା ଏବେର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏବେ ଏହି ହାଇ-ପ୍ରୋଫାଇଲ୍ ମାମଲାରେ ପୋଲିସ ଉତ୍ତରପ୍ରଦେଶ ଏବଂ ବିହାରରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯିବା ପରେ ପୂରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶାସକ ଦଳ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉପରେ ପ୍ରବଳ ଚାପ ରହିଥିଲା। ଶେଷରେ ଟେକ୍ନିକାଲ୍ ସର୍ଭେଲାନ୍ସ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଲଗାତାର ଛାନଭିନ୍ ଆରମ୍ଭ କରିଥିଲା।

ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ। ତେବେ ପୋଲିସ ଟିମ୍ ଲଗାତାର ଚଢ଼ାଉ କରି ପଡ଼ୋଶୀ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶରୁ ଏହି ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟରୁ ଆସି ଏହି ଅପରାଧ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହା ଏକ ଯୋଜନାବଦ୍ଧ ‘ସୁପାରୀ କିଲିଂ’ ବୋଲି ପୋଲିସ ସନ୍ଦେହ କରୁଛି।

ବର୍ତ୍ତମାନ ଏହି ଅଭିଯୁକ୍ତମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ଅଣାଯାଇ ଅଧିକ ପଚରାଉଚରା କରାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କେବଳ ଏହି ୩ ଜଣ ଅଛନ୍ତି ନା କୌଣସି ବଡ଼ ରାଜନୈତିକ ମାଷ୍ଟରମାଇଣ୍ଡ ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଗତ କିଛି ଦିନ ତଳେ ଚନ୍ଦ୍ରନାଥ ରଥଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବିରୋଧୀ ଦଳ ନେତାଙ୍କ ଡାହାଣ ହାତ କୁହାଯାଉଥିବା ଚନ୍ଦ୍ରନାଥଙ୍କ ମୃତ୍ୟୁ ପରେ ପୂରା ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ପାଇଁ ପୋଲିସ ପ୍ରଶାସନ ଉପରେ ପ୍ରବଳ ଚାପ ରହିଥିଲା। ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ମୋବାଇଲ୍ ଟ୍ରାକିଂ (ଟେକ୍ନିକାଲ୍ ସର୍ଭିଲାନ୍ସ) ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଟିମ୍ ରାଜ୍ୟ ବାହାରେ ଡେରା ପକାଇଥିଲା ଓ ଶେଷରେ ୟୁପି ତଥା ବିହାରରୁ ଏହି ତିନି ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି।

ପୋଲିସର ମାରାଥନ୍ ଜେରା ପରେ ହିଁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପଛର ପ୍ରକୃତ ମାଷ୍ଟରମାଇଣ୍ଡ (ମୁଖ୍ୟ ଷଡ଼ଯନ୍ତ୍ରକାରୀ) ଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.