Latest Odisha News

BREAKING NEWS

ସିବିଆଇ ହାତରେ ନିଟ୍ ପେପର୍ ଲିକ୍! ୭ରୁ ୧୦ ଦିନ ଭିତରେ ହେବ ପୁନଃ ପରୀକ୍ଷା 

ନୂଆଦିଲ୍ଲୀ: NEET ପେପର ଲିକ୍ ମାମଲାରେ NTA ଏକ ବଡ଼ ନିଷ୍ପତ୍ତି ନେଇଛି। NEET ପରୀକ୍ଷା ବାତିଲ କରି ଏହାକୁ ପୁନଃନିର୍ଦ୍ଧାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

NTA ଡିଜି ଅଭିଷେକ ସିଂହ କହିଛନ୍ତି, ୭ରୁ ୧୦ ଦିନ ଭିତରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ। ପରୀକ୍ଷାରେ ବିଳମ୍ବ କରାଯିବନି କି ଏକାଡେମିକ ବର୍ଷ ବାଧାପ୍ରାପ୍ତ ହେବନି। କାହାକୁ ଛଡ଼ାଯିବ ନାହିଁ, ଯେଉଁମାନେ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ସମସ୍ତେ ଜେଲ୍ ଯିବେ। “ଆମେ ସିବିଆଇକୁ ଅନୁରୋଧ କରୁଛୁ ଯେ ଭିତରର ହେଉ କିମ୍ବା ବାହାରର, ଦାୟୀ ଲୋକଙ୍କୁ ଗିରଫ କରି ଦଣ୍ଡ ଦିଅ। ଯାହା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ।

NTA ଆହୁରି ମଧ୍ୟ କହିଛି ଯେ ମେ ୨୦୨୬ ପାଇଁ ସମସ୍ତ ପଞ୍ଜୀକରଣ ତଥ୍ୟ, ଆଡମିଟ କାର୍ଡ ଏବଂ ମନୋନୀତ ପରୀକ୍ଷା କେନ୍ଦ୍ର ପୁନଃନିର୍ଦ୍ଧାରିତ ପରୀକ୍ଷା ପାଇଁ ବୈଧ ରହିବ। କୌଣସି ନୂତନ ପଞ୍ଜୀକରଣ ଆବଶ୍ୟକ ହେବ ନାହିଁ ଏବଂ କୌଣସି ଅତିରିକ୍ତ ପରୀକ୍ଷା ଫି ଆଦାୟ କରାଯିବ ନାହିଁ। ଏହା ବ୍ୟତୀତ, ପୂର୍ବରୁ ଜମା ହୋଇଥିବା ଫି ଛାତ୍ରଛାତ୍ରୀମାନଙ୍କୁ ଫେରସ୍ତ କରାଯିବ ଏବଂ NTA ର ନିଜସ୍ୱ ସମ୍ବଳ ବ୍ୟବହାର କରି ପରୀକ୍ଷା ପୁନଃନିର୍ଦ୍ଧାରିତ କରାଯିବ। ୧୨୦ ପ୍ରଶ୍ନ କାହିଁକି, ଗୋଟିଏ ବି ପ୍ରଶ୍ନ ମ୍ୟାଚ୍ କଲେ ପରୀକ୍ଷାର୍ଥୀ ପ୍ରଭାବିତ ହେବେ। ଯେପରି ୨୨ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ନ ହେବେ ତାହାକୁ ଗୁରୁତ୍ବ ଦେଉଛୁ ।

NTA ପ୍ରାର୍ଥୀ ଏବଂ ଅଭିଭାବକମାନଙ୍କୁ ଯେ କୌଣସି ସୂଚନା ପାଇଁ କେବଳ ସରକାରୀ ୱେବସାଇଟ୍ କିମ୍ବା ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ ନିର୍ଭର କରିବାକୁ ଅନୁରୋଧ କରିଛି। ଯାଞ୍ଚ ବିନା କୌଣସି ସୂଚନା ଉପରେ ବିଶ୍ୱାସ କରନ୍ତୁ ନାହିଁ। ପ୍ରାର୍ଥୀ କିମ୍ବା ଅଭିଭାବକମାନେ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିପାରିବେ: neet-ug@nta.ac.in | 011-40759000 / 011-69227700।

 

Leave A Reply

Your email address will not be published.