Latest Odisha News

ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, କହିଲେ ସରକାରୀ ବସ୍‌ରେ ଯିବି…

ଭୁବନେଶ୍ବର: ଆଉ ପେଟ୍ରୋଲ୍ କି ଡିଜେଲ୍ ନୁହେଁ, ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଇଭି । ଏନେଇ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ନିକଟରେ ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

ସୂଚନାନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଇନ୍ଧନ ବଞ୍ଚାଇବାକୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏନେଇ ସେ କହିଛନ୍ତି ଯେ, ଅତି ଆବଶ୍ୟକ ସ୍ଥଳେ ନିଜ ଗାଡି ବ୍ୟବହାର କରିବି। ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି। ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ।

ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ଏହାବ୍ୟତୀତ ପିଏମଙ୍କ କଥା ମାନି ତେଲ୍‌ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.