Latest Odisha News

BREAKING NEWS

Diesel Dry Out: ତେଲ ସଙ୍କଟ ନାହିଁ… ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ: ଯୋଗାଣ ସଚିବ

ଭୁବନେଶ୍ୱର: ଯୋଗାଣ ବିଭାଗ ପ୍ରମୁଖ ସଚିବ ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି। ଡ୍ରାଏ ଆଉଟ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁ ଦେଖାଦେଇଛି । ସ୍ବାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଯାଏ।ଏଭଳି ଡ୍ରାଏ ଆଉଟ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ।

ସୂଚନାଥାଉକି, ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯାତ୍ରୀବାହୀ ବସସେବା ସଂପୂର୍ଣ୍ଣ ଠପ ହୋଇଯିବ। ଏମିତି ଆଶଂକା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଂଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏପରି କହିଛନ୍ତି । ଏପଟେ ଯୋଗାଣ ବିଭାଗ ପ୍ରମୁଖ ସଚିବ କହିଛନ୍ତି, ଘରୋଇ ବସ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ ଚାଲିବାରେ ଅସୁବିଧା ନାହିଁ ।

Comments are closed.