Latest Odisha News

BREAKING NEWS

DA Hike:ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା;ଚଳିତ ମାସ ଦରମାରେ ନଗଦ ଆକାରରେ ମିଳିବ

ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମାସ ଦରମାରେ ନଗଦ ଆକାରରେ ମିଳିବ ।

ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ। ସେହିପରି ପେନସନ୍‌ଭୋଗୀଙ୍କ ଟିଆଇ (TI)ରେ ମଧ୍ୟ ବୃଦ୍ଧି ହୋଇଛି । ଏହା ଦ୍ୱାରା ରାଜ୍ୟର ପ୍ରାୟ ୮.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଉପକୃତ ହେବେ ।

ସୂଚନାଥାଉକି, ସରକାରୀ ନିଯୁକ୍ତିରେ ଥିବା କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଓ ପେନସନ୍‌ଭୋଗୀଙ୍କୁ ଟିଆଇ, କେନ୍ଦ୍ର ଓ ରାଜ୍ୟର ସରକାର ପ୍ରଦାନ କରିଥାନ୍ତି । ସାଧାରଣତଃ ବର୍ଷକୁ ଦୁଇ ଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢେ । ପ୍ରଥମେ କେନ୍ଦ୍ର ସରକାର ବଢ଼ାନ୍ତି । ଏହା ପରେ ପରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଥାନ୍ତି ।

Leave A Reply

Your email address will not be published.