Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରି; ବଢିବ କି ସମୁଦ୍ର ମାଛ ଦର? ହାତବାନ୍ଧି ବସିଲେଣି ମତ୍ସ୍ୟଜୀବୀ…

ଜଗତସିଂହପୁର: ସାରା ଦେଶରେ ତେଲ ସଙ୍କଟ ଥିବା ବେଳେ, ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଟାଙ୍କିରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ପ୍ରତ୍ୟକ ଦିନ ନିଜ ନିଜ କାର୍ଯ୍ୟ ପାଇଁ ଅନ୍ୟ ସ୍ଥାନକୁ ଯାତାୟତ କରୁଥିବା ଲୋକ ତେଲ ପାଇଁ ନିଜ ବ୍ୟବସାୟ ବନ୍ଦ କରିବା ସହ ନିଜ ନିଜ କାର୍ଯ୍ୟ ବନ୍ଦ କରିବାରେ ଲାଗିଲେଣି । ତେବେ ତୈଳ ସଙ୍କଟର ପ୍ରଭାବ ଏବେ ମତ୍ସ୍ୟଜୀବୀଙ୍କ ଉପରେ ପଡିଛି ।

ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରି ଆରମ୍ଭ ହୋଇଛି । ଫଳରେ ଟ୍ରଲରରେ ତେଲ ନଥିବାରୁ ମତ୍ସ୍ୟଜୀବୀମାନେ ନିଜର କୂଳ ବେଉଷା କରି ନପାରି ଗୋଡ ହାତ ବାନ୍ଧି ବସିଛନ୍ତି । ଫଳରେ କେବଳ ମତ୍ସ୍ୟଜୀବୀ ନୁହଁନ୍ତି ମାଛ ଦୋକାନୀମାନେ ମଧ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏବେ ସମସ୍ତଙ୍କୁ ଘାରିଛି ଗୋଟିଏ ଚିନ୍ତା କିପରି ପରିବାର ପ୍ରତିପୋଷଣ ହେବ ।

ସେପଟେ, ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ପର୍ଯ୍ୟାପ୍ତ ତେଲ ଅଛି । ହେଲେ ଏପରି ସମସ୍ୟା ଉପୁଯୁଥିବାବେଳେ, ତେଲ କେଉଁଠି ପର୍ଯ୍ୟାପ୍ତ ପରିମାଣରେ ଅଛି ସେନେଇ ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.