ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଦୀର୍ଘ ଦିନ ପରେ କୋହଲି କଣ ପାଇଁ ଟେଷ୍ଟରୁ ଅବସର ନେଲେ ସେ ନେଇ ଖୁଲାସା କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ୯ ଇନିଂସରେ ୧୯୦ ରନ କରିଥିଲେ । ପର୍ଥ ଟେଷ୍ଟରେ ସେ ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ମ୍ୟାଚରେ ବିଫଳ ହୋଇଥିଲେ । ଏକ ପୋଡକାଷ୍ଟରେ ସେ କହିଛନ୍ତି ଚୟନ କମିଟି ଓ ମ୍ୟାନେଜମେଂଟ ପାଖରେ ମୋତେ ମୋ ଦକ୍ଷତା ପ୍ରମାଣିତ କରିବା ପ୍ରଶ୍ନ ଉଠିଲା । ଏହା ଗ୍ରହଣୀୟ ନ ଥିଲା ।
ମୁଁ ଯେଉଁ ପରିବେଶରେ ଥାଏ ସେଥିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ଆଉ ଯେତେବେଳେ ଭାଲ୍ୟୁ ଓ ଯୋଗ୍ୟତା ସାବ୍ୟସ୍ତ କରିବାକୁ ପଡିଥାଏ ମୁଁ ସେଠାରେ ରହିପାରେନି । ସର୍ବଦା ନିଷ୍ଠାର ସହ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରିଥାଏ । ମୁଁ ଭଗବାନଙ୍କ ପାଖରେ ଋଣୀ । କ୍ରିକେଟ କ୍ୟାରିୟରରେ ମୁଁ ସବୁ କିଛି ପାଇଛି । ଏଥିପାଇଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଚଳିତ ଆଇପିଏଲରେ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୨ ମ୍ୟାଚରେ ସେ ୪୮୪ ରନ ସଂଗ୍ରହ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ଆକର୍ଷଣୀୟ ଶତକ ମଧ୍ୟ ହାସଲ କରିଛନ୍ତି ।