ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦର ପରେ ରାଜ୍ୟରେ ବଢିଲା ବସ୍ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ା ୪ରୁ ୬ ପଇସା ବଢିଛି । ଏହି ଦର ଆସନ୍ତାକାଲି ଠାରୁ ଲାଗୁ ହେବ ।
ସାଧାରଣ ବସ୍ ଭଡ଼ା ପ୍ରତି କି.ମି ପିଛା ୮୮ ପଇସା ଥିବା ବେଳେ ଏବେ ୯୦ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ୍ ଭଡ଼ା ୧୨୭ ପଇସାରୁ ୧୩୧ ପଇସା, ଏସି ଡିଏକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବଢାଇ ଦିଆଯାଇଛି ।

ତେବେ ଶେଷ ଥର ରାଜ୍ୟରେ ୧୬ ମାର୍ଚ୍ଚ ୨୦୨୪ରେ ବସ୍ ଭଡ଼ା ବଢିଥିଲା । ଏବେ ଡିଜେଲ ୩ଟଙ୍କା ବଢିଲା ତେଣୁ ଦର ବଢ଼ିବା ସ୍ବାଭାବିକ ବୋଲି ଅଲ୍ ଓଡ଼ିଶା ବସ୍ ଓନର ଆସୋସିଏଶନର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ।