ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହାକୁ ନଜରରେ ରଖି ଏକାଧିକ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।
ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନାନୁସାରେ, ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ୍ ତା ୧୭, ୧୯, ୨୦ ଏବଂ ୩୧ ମେ, ୨୦୨୬ ରିଖରେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ୍ ବାତିଲ ରହିବ। ସେହିଭଳି ଟ୍ରେନ୍ ନମ୍ବର ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ୍: ତା ୧୭, ୧୯, ୨୦ ଏବଂ ୩୧ ମେ, ୨୦୨୬ ରିଖରେ ବାତିଲ ରହିବ।
ସେହିଭଳି, ସମ୍ବଲପୁର-ବଲାଙ୍ଗୀର ସେକ୍ସନରେ ବ୍ରିଜ୍ ପୁନଃ ନିର୍ମାଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ସେବା ସାମୟିକ ବାତିଲ ହୋଇଛି।
ସମ୍ବଲପୁର-ବଲାଙ୍ଗୀର ରୁଟ୍ ର ହୀରାକୁଦ-ଗୋଡ଼ଭଗା ସେକ୍ସନରେ ବ୍ରିଜ୍ ନମ୍ବର ୮୦ର ପୁନଃ ନିର୍ମାଣ କାର୍ଯ୍ୟ ଯୋଗୁଁ ୧୬ ମେ, ୨୦୨୬ ରିଖରେ କେତେକ ପାସେଞ୍ଜର ଟ୍ରେନ୍ ସେବା ସାମୟିକ ଭାବେ ବାତିଲ ରହିବ।
ବାତିଲ ଟ୍ରେନ୍ ଗୁଡ଼ିକ ହେଲା:
ଟ୍ରେନ୍ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର–ଜୁନାଗଡ଼ ରୋଡ୍–ସମ୍ବଲପୁର ପାସେଞ୍ଜର।
ଟ୍ରେନ୍ ନମ୍ବର ୫୮୨୧୩/୫୮୨୧୪ ବିଳାସପୁର –ଟିଟିଲାଗଡ଼– ବିଳାସପୁର ପାସେଞ୍ଜର।
ଟ୍ରେନ୍ ନମ୍ବର ୫୮୨୧୭/୫୮୨୧୮: ଟିଟିଲାଗଡ଼–ରାୟପୁର–ଟିଟିଲାଗଡ଼ ପାସେଞ୍ଜର।
ଯାତ୍ରୀମାନଙ୍କୁ ଟ୍ରେନ୍ ସେବାରେ ହୋଇଥିବା ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏନ୍ଟିଇଏସ୍ ଏବଂ ସରକାରୀ ରେଳ ଅନୁସନ୍ଧାନ ସେବା ମାଧ୍ୟମରେ ଟ୍ରେନ୍ ଚଳାଚଳର ସୂଚନା ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।