Latest Odisha News

BREAKING NEWS

ଛୁଆ ଜନ୍ମ କଲେ ମିଳିବ ହଜାର ହଜାର ଟଙ୍କା, ଆସିଲା ନୂଆ ଯୋଜନା

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ତୃତୀୟ ଶିଶୁ ଜନ୍ମ ହେଲେ ପରିବାରକୁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ଶିଶୁ ପାଇଁ ୪୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଶୁକ୍ରବାର ଏହି ନୂତନ ଯୋଜନାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ।

ସରକାରଙ୍କ କହିବା ଅନୁସାରେ, ରାଜ୍ୟରେ ଜନ୍ମହାର ଧୀରେଧୀରେ କମୁଥିବାରୁ ଭବିଷ୍ୟତରେ କାର୍ଯ୍ୟକ୍ଷମ ଯୁବଶକ୍ତିର ଅଭାବ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ମନେରଖି ପରିବାରଗୁଡ଼ିକୁ ଅଧିକ ସନ୍ତାନ ପାଇଁ ଉତ୍ସାହିତ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଅନେକ ଦକ୍ଷିଣ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ହାର ନିରନ୍ତର ଭାବେ କମୁଛି। ଆସନ୍ତା କିଛି ଦଶକରେ ଏହା ଅର୍ଥନୀତି ଓ ଶ୍ରମଶକ୍ତି ଉପରେ ପ୍ରଭାବ ପକାଇପାରେ। ସେଥିପାଇଁ ଏବେଠାରୁ ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ପ୍ରୋତ୍ସାହନମୂଳକ ନୀତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସରକାରଙ୍କ ଏହି ଘୋଷଣା ପରେ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କେହି ଏହାକୁ ଭବିଷ୍ୟତମୁଖୀ ନିଷ୍ପତ୍ତି ବୋଲି କହୁଥିବା ବେଳେ, କେହି ପୁଣି ଏହାର ଦୀର୍ଘମିଆଦି ପ୍ରଭାବ ନେଇ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.