Latest Odisha News

BREAKING NEWS

ସରକାରଙ୍କ ତରଫରୁ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ; ୫୦୫ ଲିଟର ଡିଜେଲ ଜବତ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବ ଏବେ ତୈଳ ସଙ୍କଟର ସାମ୍ନା କରୁଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ତେଲର କଳାବଜାରୀ ଦେଖିବାକୁ ମିଳୁଛି । ଆଉ ଏହା ଉପରେ ରୋକ ଲଗେଇବାକୁ ସରକାରଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ।

ଆଜି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ସମୟରେ ୫୦୫ ଲିଟର ଡିଜେଲ ଜବତ ହୋଇଛି । ମନ୍ତ୍ରୀ ଓ ଯୋଗାଣ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ଭୁବନେଶ୍ୱର ସହକାରୀ ଯୋଗାଣ ଅଧିକାରୀ, ବାଲିଅନ୍ତା ଓ ବାଲିପାଟଣା ଯୋଗାଣ ନିରୀକ୍ଷକ ଏହି ଚଢାଉରେ ସାମିଲ ଥିଲେ ।

ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ଅବୈଧ ସ୍ଥାନରେ ଥିବା ପେଟ୍ରୋଲ ଓ ଡିଜେଲ ଗଚ୍ଛିତ କେନ୍ଦ୍ର ମାନଙ୍କରେ ଚଢ଼ାଉ କରିଥିଲେ । ତେବେ ଡିଜେଲ ଜବତ ହୋଇଥିବା ଲୋକଙ୍କ ପାଖରେ କୌଣସି ବିତରକ ଲାଇସେନ୍ସ କିମ୍ବା ଅଗ୍ନିଶମ ବିଭାଗର ସର୍ଟିଫିକେଟ ନଥିବା ଜାଣିବାକୁ ପାଇଥିଲା ଏହି ଟିମ୍ । ସେମାନେ ଡିଜେଲ ଲିଟର ପିଛା ୧୪୦ ଟଙ୍କା ଦରରେ ବିକ୍ରୟ କରୁଥିଲେ ।

Leave A Reply

Your email address will not be published.