Latest Odisha News

BREAKING NEWS

ଝିଅର ନିଆରା ନାମ ରଖିଲେ ନିର୍ଦ୍ଦେଶକ ଆଟଲି, ଜାଣନ୍ତୁ କଣ ରହିଛି ଅର୍ଥ…

ମୁମ୍ବାଇ: ପପୁଲାର ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଆଟଲି କୁମାର ଏବଂ ତାଙ୍କ ପତ୍ନୀ ପ୍ରିୟା ନିକଟରେ ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ। ଆଉ ଏବେ ଦୁହେଁ ସେମାନଙ୍କ କନ୍ୟାର ଏକ ସୁନ୍ଦର ନାମ ରଖିଛନ୍ତି।

୨୦ ଏପ୍ରିଲ୍, ୨୦୨୬ରେ ପ୍ରିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଆଟଲି ଏବେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କ କନ୍ୟାର ନାମ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, “ଆମର ପ୍ରେମର ଏବେ ଏକ ନାମ ଅଛି – ‘ମିଉ’।”

ମିଉ’ ର ଅର୍ଥ କ’ଣ?

ଆଟଲି କୁମାର ତାଙ୍କ କନ୍ୟାର ନାମ ‘ମିଉ’ ରଖିଛନ୍ତି, ଯାହାର ଅର୍ଥ ‘ସୌନ୍ଦର୍ଯ୍ୟ, କୋମଳତା ଏବଂ ପ୍ରେମ।’ ଆଟଲି ଏବଂ ପ୍ରିୟା ୨୦୧୪ ମସିହାରେ ବିବାହ କରିଥିଲେ। ସେମାନଙ୍କର ପ୍ରଥମ ସନ୍ତାନ ପୁଅ ମୀର ଡିସେମ୍ବର ୨୦୨୨ରେ ଜନ୍ମ ହୋଇଥିଲା। ଏବେ ସେମାନେ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି।

ଆଟଲି ବର୍ତ୍ତମାନ ନିଜ ଅପକମିଂ ଫିଲ୍ମ ‘ରାକା’ ଉପରେ କାମ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଆଲ୍ଲୁ ଅର୍ଜୁନଙ୍କ ସହ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

 

Leave A Reply

Your email address will not be published.