ଆସାମ: ହୁତୁ ହୁତୁ ହୋଇ ଜଳୁଛି ନଦୀ । ନଦୀର ମଝି ଭାଗରେ ଭୟଙ୍କର ଭାବେ ନିଆଁ ଜଳୁଛି । ଯିଏ ଦେଖୁଛି ସିଏ ଛାନିଆ ହୋଇ ଯାଉଛି । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁରୁ ଆସିଛି ଏଭଳି ଚିତ୍ର । ଏଠାରେ ଥିବା ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୂଚନା ମୁତାବକ ଅଏଲ ଇଣ୍ଡିଆ ଲିମିଟେଡର ପାଇପ୍ ଲାଇନ ବ୍ଲାଷ୍ଟ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତ ୩ ଦିନ ଧରି ନିଦୀରେ ନିଆଁ ଲାଗିଥିଲେ ମଧ୍ୟ ଏହାକୁ ଆୟତ କରାଯାଇପାରି ନାହିଁ । ଅନ୍ୟପଟେ ପାଣି ଉପରେ କ୍ରୁଡ ଅଏଲର ବହଳ ଆସ୍ତରଣରେ ଲାଗିଥିବା ନିଆଁ ଯୋଗୁଁ ପୁରା ଅଚଂଳ ଧୂଆଁମୟ ହୋଇଯାଇଛି ।
ସେପଟେ ସ୍ଥାନୀୟ ପ୍ରଶାସନ ମଧ୍ୟ ନିଆଁ ଲିଭାଇବା ପାଇଁ କୌଣସି ଉଦ୍ୟମ କରୁନଥିବା ଜଣାପଡିଛି । ଅନ୍ୟପଟେ ନଦୀରେ ନିଆଁ ଲାଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । କେହି ଜଣେ ଦୁର୍ବୃତ ନଦୀରେ ଭାସୁଥିବା ତେଲରେ ନିଆଁ ଲଗାଇଦେଇଥିବା ନେଇ ସନ୍ଦେହ କରାଯାଉଛି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.