ଆସାମ: ହୁତୁ ହୁତୁ ହୋଇ ଜଳୁଛି ନଦୀ । ନଦୀର ମଝି ଭାଗରେ ଭୟଙ୍କର ଭାବେ ନିଆଁ ଜଳୁଛି । ଯିଏ ଦେଖୁଛି ସିଏ ଛାନିଆ ହୋଇ ଯାଉଛି । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁରୁ ଆସିଛି ଏଭଳି ଚିତ୍ର । ଏଠାରେ ଥିବା ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୂଚନା ମୁତାବକ ଅଏଲ ଇଣ୍ଡିଆ ଲିମିଟେଡର ପାଇପ୍ ଲାଇନ ବ୍ଲାଷ୍ଟ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତ ୩ ଦିନ ଧରି ନିଦୀରେ ନିଆଁ ଲାଗିଥିଲେ ମଧ୍ୟ ଏହାକୁ ଆୟତ କରାଯାଇପାରି ନାହିଁ । ଅନ୍ୟପଟେ ପାଣି ଉପରେ କ୍ରୁଡ ଅଏଲର ବହଳ ଆସ୍ତରଣରେ ଲାଗିଥିବା ନିଆଁ ଯୋଗୁଁ ପୁରା ଅଚଂଳ ଧୂଆଁମୟ ହୋଇଯାଇଛି ।
ସେପଟେ ସ୍ଥାନୀୟ ପ୍ରଶାସନ ମଧ୍ୟ ନିଆଁ ଲିଭାଇବା ପାଇଁ କୌଣସି ଉଦ୍ୟମ କରୁନଥିବା ଜଣାପଡିଛି । ଅନ୍ୟପଟେ ନଦୀରେ ନିଆଁ ଲାଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । କେହି ଜଣେ ଦୁର୍ବୃତ ନଦୀରେ ଭାସୁଥିବା ତେଲରେ ନିଆଁ ଲଗାଇଦେଇଥିବା ନେଇ ସନ୍ଦେହ କରାଯାଉଛି ।
BREAKING NEWS
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା, ୫ ବ୍ଲକର ୨୨୫ ଅଙ୍ଗନବାଡ଼ି ମଧ୍ୟ ଛୁଟି
- ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
- ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ
- ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍
- OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
- ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା

Comments are closed.