Latest Odisha News

BREAKING NEWS

କୁକୁରପ୍ରେମୀଙ୍କ ପାଇଁ ବଡ଼ ଝଟକା: ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟା ସହିତ ଜଡିତ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର। ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନଭେମ୍ବର ୨୦୨୫ରେ ଦେଇଥିବା ନିର୍ଦ୍ଦେଶକୁ ଅପରିବର୍ତ୍ତିତ ରଖିଛନ୍ତି। ବୁଲା କୁକୁରମାନଙ୍କ ଉପରେ ପୂର୍ବ ୨୦୨୫ ନିର୍ଦ୍ଦେଶ ବଳବତ୍ତର ରହିବ। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପଶୁ କଲ୍ୟାଣ ବୋର୍ଡ ଦ୍ୱାରା ଦାଖଲ ସମସ୍ତ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଜନସ୍ୱାସ୍ଥ୍ୟ ଏବଂ ସୁରକ୍ଷାର ବିଷୟ। ବୁଲା କୁକୁର ଆକ୍ରମଣ ସମସ୍ୟା ଏକ ଗମ୍ଭୀର ଚିନ୍ତାର ବିଷୟ।

ବୁଲା କୁକୁର ଆକ୍ରମଣ ପିଲା, ବୃଦ୍ଧ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ ବୋଲି କୋର୍ଟ କହିଛନ୍ତି। ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କୁକୁରପ୍ରେମୀଙ୍କ ପାଇଁ ଏକ ଝଟକା ହୋଇଛି । ଗତବର୍ଷ ନଭେମ୍ବ ୭ରେ ସରକାରୀ ପ୍ରତିଷ୍ଠାନ ଯେପରି ହସ୍ପିଟାଲ, ସ୍କୁଲ-କଲେଜ ଏବଂ ବସ୍ ଷ୍ଟପ, ରେଳ ଷ୍ଟେସ ଭଳି ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇ ପାଇଁ ଦେଇଥିବା ଆଦେଶକୁ ସଂଶୋଦନ କରିବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି କଠୋର ବାସ୍ତବତା ପ୍ରତି ଆଖି ବୁଜିପାରିବା ନାହିଁ । ସୁପ୍ରିମକୋର୍ଟ ପୂର୍ବ ନିର୍ଦ୍ଦେଶକୁ କାୟମ ରଖି ବୁଲୁ କୁକୁର ଆକ୍ରମଣ ଘଟଣା ଜନସାଧାରଣଙ୍କ ସରୁକ୍ଷା ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଥିବା କହିଛନ୍ତି । ଖଣ୍ଡପୀଠ ଉଲ୍ଲେଖ୍ୟ କରିଛନ୍ତି ଯେ, ସାରା ଦେଶରେ ଏପରି ଅନେକ ଘଟଣା ରିପୋର୍ଟ ହୋଇଛି ଯେଉଁଠାରେ ଛୋଟ ପିଲାମାନଙ୍କୁ କୁକୁର ଆକ୍ରମଣ କରିଛନ୍ତି । ବୟସ୍କ ଲୋକଙ୍କ ଉପରେ ବି ଆକ୍ରମଣ କରିଛନ୍ତି । ବିଦେଶୀ ପର୍ଯ୍ୟଟକ ବି କୁକୁରଙ୍କ କବଳରୁ ରକ୍ଷା ପାଇନାହାନ୍ତି । କୁକୁଟ କାମୁଡିବା ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ।

ବୁଲା କୁକୁର ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତିକୁ ସଠିକ୍ ଭାବରେ ପାଳନ କରାଯାଇ ନାହିଁ ଏବଂ ଏହାକୁ କୋର୍ଟର ଅବମାନନା ବୋଲି ବିବେଚନା କରାଯାଇଛି। ମଙ୍ଗଳବାର (୧୯ ମଇ, ୨୦୨୬) ବୁଲା କୁକୁର ପ୍ରସଙ୍ଗରେ ତାଙ୍କ ନିର୍ଦ୍ଦେଶ ଜାରି କରିବା ସମୟରେ, କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଗମ୍ଭୀର ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କୁ ମାରିବା ପାଇଁ ବିଚାର କରାଯିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ରାଜ୍ୟଗୁଡ଼ିକ ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ପାଳନ କରିବା ଉଚିତ ଥିଲା। ଯଦି ଏହି ନିୟମ ପାଳିଥାନ୍ତେ ତେବେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଏହା ଜନସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶଗତ ସନ୍ତୁଳନର ବିଷୟ। କୋର୍ଟ କହିଛନ୍ତି, “ରାଜ୍ୟଗୁଡ଼ିକ ୭ ନଭେମ୍ବର, ୨୦୨୫ ର ଆମର ନିର୍ଦ୍ଦେଶକୁ ଠିକ୍ ଭାବରେ ପାଳନ କରିନାହାଁନ୍ତି। ଏହାକୁ ଅବମାନନା ବୋଲି ବିବେଚନା କରାଯିବ।”

ପୂର୍ବ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି, ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯିବା ଉଚିତ୍ । ସେମାନଙ୍କୁ ଖୋଲ ସ୍ଥାନରେ ଖାଇବାକୁ ଦିଆଯିବା ଉଚିତ୍ ନୁହେଁ ଏବଂ ସରକାରୀ ପ୍ରତିଷ୍ଠାନ ଏବଂ ଖୋଲା ସ୍ଥାନରୁ ସେମାନଙ୍କୁ ହଟାଇ ଦିଆଯିବା ଉଚିତ୍ । ଦେଶରେ କୁକୁର କାମୁଡା ଘଟଣା ବୃଦ୍ଧି ପାଉଛି । ଏହି ନିର୍ଦ୍ଦେଶରେ ସାଲିସ କରାଯାଇପାରିବ ନାହିଁ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବଢୁଥିବା ବୁଲା କୁକୁର ସଂଖ୍ୟାକୁ ମୁକାବିଲା କରିବାକୁ ଭିତ୍ତିଭୂମି ନିର୍ମାଣ ପାଇଁ ନିରନ୍ତର ପ୍ରୟାସ କରିନାହାନ୍ତି । ଦେଶରେ ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଖଣ୍ଡିତ, ଅନୁପଯୁକ୍ତ ଏବଂ ଅସମାନ ରହିଛି ।

ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏବିସି ନିୟମ ଅନୁଯାୟୀ ୨୦୦୨ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ତଥାପି ବୁଲା କୁକୁରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଛି । ଆଶ୍ରୟସ୍ଥଳ ଏବଂ ଅନ୍ୟାନ୍ୟ ସୁବିଧା ସମାନ ଆବଶ୍ୟକତା ପୂରଣ କରିବାରେ ବିଫଳ ହେଲା । ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଆବଶ୍ୟକ । ପୌର ନିଗମଗୁଡିକ ବୁଲା କୁକୁରମାନଙ୍କୁ ଧରିବା ଏବଂ ବନ୍ଧ୍ୟାକରଣ କରିବା ଉଚିତ୍ । ଟୀକାକରଣ ଏବଂ ବନ୍ଧ୍ୟାକରଣ ପରେ ସାଧାରଣ କୁକୁରମାନଙ୍କୁ ଯେଉଁ ଅଞ୍ଚଳରୁ ଧରାଯାଇଥିଲା ସେହି ଅଞ୍ଚଳରେ ଛାଡି ଦିଆଯିବା ଉଚିତ୍ ।

କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀରୁ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ୩୧ଟି କୁକୁର କାମୁଡ଼ା ଘଟଣା ଘଟିଛି। ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ କୁକୁର କାମୁଡ଼ିଛନ୍ତି। ସାରା ଦେଶରେ ରାବିଜ୍ ରୋଗରେ ଅନେକ ମୃତ୍ୟୁ ଘଟିଛି। ଜାନୁଆରୀ ୨୮ ତାରିଖରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାରେ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସମସ୍ତ ରାଜ୍ୟର ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । କୁକୁର ପ୍ରେମୀ, କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତି, ପଶୁ ଅଧିକାର କର୍ମୀ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ସମେତ ସମସ୍ତ ପକ୍ଷଙ୍କ ଯୁକ୍ତି ପୁଙ୍ଖାନୁପୁଙ୍ଖ ଶୁଣିବା ପରେ କୋର୍ଟ ଶୁଣାଣି ସମାପ୍ତ କରିଥିଲେ। ଶୁଣାଣି ସମାପ୍ତ ହେବା ପରେ, ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। କୋର୍ଟ ସମସ୍ତ ପକ୍ଷଙ୍କୁ ଏକ ଏକ ସପ୍ତାହ ମଧ୍ୟରେ ସେମାନଙ୍କର ଲିଖିତ ଯୁକ୍ତି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.