Latest Odisha News

BREAKING NEWS

ବ୍ରହ୍ମପୁରରେ ଯୁବକ ଓ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା; ୫ ଅଭିଯୁକ୍ତ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଗିରିରୋଡ୍‌ ମୁଖ୍ୟ ରାସ୍ତାରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ଘଟଣା । ବର୍ତ୍ତମାନ ସୁଦ୍ଧା ଆକ୍ରମଣ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିବା କହିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି । ପୂର୍ବ ଶତ୍ରୁତାରୁ ଉମେଶଙ୍କୁ ଏହି ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି ବୋଲି କହିଛନ୍ତି ଏସପି ଡା.ସରବଣା ବିବେକ ଏମ୍ ।

ଏସପି ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି । ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ସପେଟେ, ଆକ୍ରମଣ ଶୀକାର ହୋଇଥିବା ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଆକ୍ରମଣରେ ଉମେଶ ରଥଙ୍କ ଗୋଡ ଭାଙ୍ଗିଯାଇଛି । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ ଉମେଶଙ୍କ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ୧୫ଟି ଅପରାଧିକ ମାମଲା ରହିଛି । ସେ ସର୍ତ୍ତମୂଳକ ଜାମିନ୍‌ ରେ ବାହାରକୁ ଆସିଛିନ୍ତି ।

Leave A Reply

Your email address will not be published.