ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍ଡେ । ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀ ସ୍ୱାଧୀନ ଭାରତ ପାଇଁ କରିଥିବା ଲଢ଼େଇ ଏକ ଡ୍ରାମା ଥିଲା ବୋଲି ସେ କହିଛନ୍ତି । ଗାନ୍ଧିଜୀଙ୍କୁ କାହିଁକି ମହାତ୍ମା ବୋଲି ଡକାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ବ୍ରିଟିଶ ସରକାର ସହମତି ଓ ସମର୍ଥନରେ ହୋଇଥିବା ଏକ ବଡ ନାଟକ ଥିଲା । ସତ୍ୟାଗ୍ରହ ଏବଂ ଆମରଣ ଅନଶନ ବି ଗୋଟିଏ ଡ୍ରାମା ଥିଲା । ଅନଶନ ଏବଂ ସତ୍ୟାଗ୍ରହ ଯୋଗୁ ଦେଶକୁ ସ୍ୱାଧୀନତା ମିଳିଛି ବୋଲି ଲୋକେ ଭାବୁଛନ୍ତି, କିନ୍ତୁ ଏହା ସତ୍ୟ ନୁହେଁ ବୋଲି ସେ କହିଥିଲେ ।
ହେଗଡେଙ୍କ ଏପରି ମନ୍ତବ୍ୟକୁ ନେଇ କଂଗ୍ରେସ କଡା ସମାଲୋଚନା କରିଛି । କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, ବିଜେପି ଭଳି ଦଳ ଯିଏ ବ୍ରିଟିଶ ସରକାରର ଚମ୍ଚାଗିରି କରୁଥିଲା, ତା’ଠାରୁ ଗାନ୍ଧିଜୀଙ୍କ ସାର୍ଟିଫିକେଟ ଦରକାର ନାହିଁ । ଅନନ୍ତ ହେଗଡେ ସେହି ସଂଗଠନ ସହ ଜଡିତ, ଯିଏ ତ୍ରିରଙ୍ଗାକୁ ବିରୋଧ କରୁଥିଲା । ବିଜେପିରେ ଯେଉଁଭଳି ଭାବେ ନାଥୁରାମ ଗଡସେଙ୍କ ଭକ୍ତ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ଦୃଷ୍ଟିରେ ରଖି ବିଜେପି ନିଜ ଦଳର ନାଁ ବଦଳାଇ ନାଥୁରାମ ଗଡ୍ସେ ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ସେପଟେ ହେଗଡେଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ମଧ୍ୟ ବ୍ୟାକ୍ଫୁଟ୍ରେ ରହିଛି । ବିନା ସର୍ତରେ ଖୁବ୍ଶୀଘ୍ର ହେଗଡେ କ୍ଷମା ମାଗନ୍ତୁ ବୋଲି ଦଳ ତାଙ୍କୁ ଚରମବାଣୀ ଶୁଣାଇଛି ।
BREAKING NEWS
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ

Comments are closed.