Latest Odisha News

BREAKING NEWS

୬୬ ହଜାର ୪୫୧ଟି ଅଲିଭ୍‌ ରିଡ୍‌ଲେ ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡି ସର୍ବକାଳୀନ ରେକର୍ଡ କଲା ବ୍ରହ୍ମଗିରି ରେଞ୍ଜ୍‌

ବ୍ରହ୍ମଗିରି: ବିରଳ ଅଲିଭ୍‌ ରିଡଲେ ଅଣ୍ଡା ସଂଗ୍ରହ ଓ ଛୁଆ ଛାଡ଼ିବାରେ ସର୍ବକାଳୀନ ରେକର୍ଡ କରିଛି ବ୍ରହ୍ମଗିରି ରେଞ୍ଜ୍‌ । ୬୪୬ଟି ବସାରୁ ସଂଗ୍ରହ ହୋଇଥିବା ୭୪ ହଜାରରୁ ଅଧିକ ଅଣ୍ଡା ମଧ୍ୟରୁ ୬୬ ହଜାର ୪୫୧ଟି ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ାଯାଇଛି । ୮୪୬୯ଟି ଅଣ୍ତା ନଷ୍ଟ ହୋଇଛି ।

ପୁରୀ ମଙ୍ଗଳା ନଦୀ ମୁହାଣ ଠାରୁ ବାଲିହରଚଣ୍ତି ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୨୬ କିଲୋମିଟର ସମୂଦ୍ର ଉପକୂଳରେ ବନ ବିଭାଗ ୨୦୨୫ ନଭେମ୍ବର ମାସ ଠାରୁ ୨୦୨୬ ମେ ମାସ ୧୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ୬ ମାସ ହେବ ନିରନ୍ତର ଭାବେ ନଜର ରଖିବା ସହ ଦେଖାଶୁଣା କରୁଥିଲା ।

୨ଟି ବିଟ୍‌ ରେ ଅଲିଭ ରିଡେଲ କଇଁଚ୍ଛ ଚଳିତ ବର୍ଷ ସୁରକ୍ଷିତ ଭାବରେ ଆସି ଅଣ୍ତା ଦେଇ ପୁଣି ସମୂଦ୍ରକୁ ଯାଇଥିଲେ । ବ୍ରହ୍ମଗିରି ବନା‌ଞ୍ଚଳରେ ବାଲିହରଚଣ୍ତି ବିଟ୍‌ରେ ମୋଟ ୨୧୬ଟି ବସାରୁ ୨୫ ହଜାର ୩୦୩ଟି କଇଁଚ୍ଛ ଅଣ୍ତା ସଂଗ୍ରହ କରାଯାଇ ଅସ୍ଥାୟି ହାଚେରିରେ ରଖାଯାଇଥିଲା । ବନ ବିଭାଗ ଅଣ୍ତା ଗୁଡିକୁ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ରଖି ଛୁଆ ଫୁଟିବା ପରେ ସମୂଦ୍ରକୁ ଛାଡ଼ିଛି ।

ସେହିଭଳି ଚାପମାଣିକ ବିଟ୍‌ରେ ୪୩୦ଟି ବସାରୁ ୪୯ ହଜାର ୬୧୭ଟି ଅଣ୍ତା ସଂଗ୍ରହ ହୋଇଥିବା ବେଳେ ୪୪ ହଜାର ୧୫୪ଟି କଇଁଚ୍ଛ ଛୁଆ ସମୂଦ୍ରକୁ ଛଡ଼ା ଯାଇଛି । ଉଭୟ ବିଟରୁ ବିଭିନ୍ନ ପ୍ରାକୃତିକ କାରଣରୁ ୮୪୬୯ଟି ଅଣ୍ତା ନଷ୍ଟ ହୋଇଛି ।

Leave A Reply

Your email address will not be published.