ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଆଜି ଭୁବନେଶ୍ୱରର ସାମନ୍ତପୁର କାର୍ଯ୍ୟାଳୟରୁ ଯୁକ୍ତ ଦୁଇ ଫଳାଫଳ ଘୋଷଣା କରିଛି।
ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ଫଳାଫଳ ପ୍ରକାଶ କରିଛନ୍ତି। ତେବେ ଚଳିତବର୍ଷ ପାସହାର ୮୫.୮୫% ରହିଛି। ବିଜ୍ଞାନରେ ୮୮.୮୦ ଓ କଳାରେ ୮୪.୫୦% ପାସ୍ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୮.୦୭% ରହିଛି ।
ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧%। ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୯୦.୨୪% ରହିଛି। ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୮୬.୬୭% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩% ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭%, ଛାତ୍ରୀଙ୍କ ପାସ୍ ହାର ୮୯.୪୫% ରହିଛି। ଅପରପକ୍ଷରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୭୭.୮୨ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୩ ପ୍ରତିଶତ ରହିଛି।
ମୋଟ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାର ରହିଛି ୮୫.୮୫ ପ୍ରତିଶତ।ସେହିପରି ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ।ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ।କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ମିଳିବ। ପିଲା ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ ଦିଆଯିବ। ଜୁଲାଇ ପ୍ରଥମ ସପ୍ତାହରେ ହେବ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା।
ଚଳିତ ବର୍ଷ ବାର୍ଷିକ ପରୀକ୍ଷା ପାଇଁ ମୋଟ ୪,୦୦,୭୩୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଛନ୍ତି। ଯେଉଁଥିରେ କଳାରେ ୨,୫୬,୦୪୨, ବିଜ୍ଞାନରେ ୧,୧୪,୨୩୮, ବାଣିଜ୍ୟରେ ୨୪,୫୩୩ ଏବଂ ବୃତ୍ତିଗତ ଅଧ୍ୟୟନରେ ୫,୯୨୩ ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି।