ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଣ୍ଡିତ ହୋଇଛନ୍ତି । କେକେଆର ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ୧୦ମ ଓଭରରେ ରନ ଅପ ଦିଗକୁ ଆସିବା ବେଳେ ଆକ୍ରୋଶରେ ବେଲ୍ସକୁ ତଳେ ପକାଇ ଦେଇଥିଲେ । ଏଥିପାଇଁ ତାଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କ ମ୍ୟାଚ ଫିସର ୧୦ ପ୍ରତିଶତ ଅର୍ଥ ଏ ବାବଦକୁ କଟାଯାଇଛି । ବେଲ୍ସ ପକାଇ ସେ ଆଚରଣ ସଂହିତା ଧାରା ୨.୨କୁ ଭଙ୍ଗ କରିବାରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ପରେ ହାର୍ଦ୍ଦିକ ତାଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।
ସେ ଏହି ମ୍ୟାଚରେ ୨୬ ରନ କରିବା ସହ କୌଣସି ୱିକେଟ ହାସଲ କରିପାରି ନ ଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ସଂସ୍କରଣରେ ୯ ମ୍ୟାଚରେ ମାତ୍ର ୨ରେ ବିଜୟ ହାସଲ କରିଛି । ହାର୍ଦ୍ଦିକ ଓଭରାଲ ୧୭୨ ରନ ଓ ୪ ୱିକେଟ ଅକ୍ତିଆର କରିଛନ୍ତି । ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ ଅଫ ଦୌଡରୁ ବାଦ ପଡିଛି । କେକେଆର ଏହି ମ୍ୟାଚରେ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି ।