ଭୁବନେଶ୍ବର: ନୂଆ ରୂପ ପାଇବ ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡ । ସମସ୍ତ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡର ମରାମତି, ନବୀକରଣ, ରକ୍ଷଣାବେକ୍ଷଣ, ନିର୍ମାଣ, ପରିଚାଳନା ପାଇଁ ସେଗୁଡ଼ିକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରାଯିବ।
ଏଥିପାଇଁ ପୌରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡକୁ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ । ଏନେଇ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପରିବହନ ବିଭାଗ ପ୍ରମୁଖ ସଚିବ ଚିଠି ଲେଖିଛନ୍ତି ।
ଏହି ଯୋଜନାରେ ବସଷ୍ଟାଣ୍ଡଗୁଡ଼ିକର ଉନ୍ନତି କାର୍ଯ୍ୟ ପାଇଁ ପରିବହନ ବିଭାଗ ଶୀଘ୍ର ମାର୍ଗଦର୍ଶିକା ଜାରି କରିବ । ଏହା ଦ୍ବାରା ଯାତ୍ରୀଙ୍କୁ ମୌଳିକ ସୁବିଧା ମିଳିବ ।